କୁକୁର ସହ ଲଢ଼ି ଉଭଣୀକୁ ବଞ୍ଚାଇଲା ଛଅ ବର୍ଷର ପିଲା, ମିଳିବ ବକ୍ସିଂର ବଡ଼ ଟାଇଟଲ୍
ଫଟୋରେ ଦେଖୁଥିବା ପିଲାର ବୟସ ମାତ୍ର ୬ ବର୍ଷ । ନାଁ- ବ୍ରିଜର ଓ୍ୱକର । ଆମେରିକାରେ ରହୁଛନ୍ତି । ତାଙ୍କୁ ମିଳିବ ଓ୍ୱାର୍ଡଲ ବକ୍ସିଂ ଚାମ୍ପିଅନସିପ୍ ଟାଇଟଲ୍ । ଘୋଷଣା କରିଛି ଓ୍ୱାର୍ଲଡ ବକ୍ସିଂ କାଉନସିଲ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିହାତି । ମନରେ ପ୍ରଶ୍ନ ଉଠୁଥିବ ତାଙ୍କୁ କାହିଁକି ମିଳିବ ?
ବ୍ରିଜର ଏଭଳି ଏକ ଲଢ଼େଇର ବିଜେତା ଶୁଣିଲେ ତାଜୁବ ହୋଇଯିବେ । ଆପଣଙ୍କର ଦେହ ଶୀତେଇ ଉଠିବ । ଗୋଟିଏ କୁକୁର ସହ ଲଢ଼ି ନିଜ ସାନ ଭଉଣୀର ଜୀବନ ବଞ୍ଚାଇଛନ୍ତି । ଓ୍ୱାର୍ଲଡ ବକ୍ସିଂ କାଉନସିଲ୍ ପାଖରେ ଖବର ପହଞ୍ଚିଥିଲା । ବ୍ରିଜରଙ୍କ ସାହସକୁ ଦେଖି ଓ୍ୱାର୍ଲଡ ବକ୍ସିଂ ଚାମ୍ପିଅନ୍ ଟାଇଟଲ୍ ଦେବାକୁ ଘୋଷଣା କରିଛି ।
We are honored to name 6-year-old, Bridger Walker, WBC Honorary Champion, for his brave actions that represent the best values of humanity. Bridger, you’re a hero ?? pic.twitter.com/L2FqL0K4vw
— World Boxing Council (@WBCBoxing) July 15, 2020
ବକ୍ସିଂ କାଉନସିଲ୍ କହିଛି, ମାତ୍ର ୬ ବର୍ଷର ବ୍ରିଜର ଓ୍ୱକର ମାନବିକତାର ଶ୍ରେଷ୍ଠ ମୂଲ୍ୟକୁ ଦର୍ଶାଇଛନ୍ତି । ତାଙ୍କୁ ଓ୍ୱାର୍ଲଡ ଚାମ୍ପିଅନ୍ ଘୋଷଣା କରିବା ଗର୍ବର ବିଷୟ । କୁକୁର ମୁହଁରୁ ଭଉଣୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ପାଣି ଛଡେଇ ଦେଇଥିଲେ ବ୍ରିଜର । ତାଙ୍କ ମୁହଁକୁ କାମୁଡ଼ି ଦେଇଥିଲା କୁକୁର । ସୃଷ୍ଟି ହୋଇଛି ଗଭୀର କ୍ଷତ । ୯୦ଟି ଷ୍ଟିଚ୍ ପଡିଛି ।
ବ୍ରିଜରଙ୍କ କ୍ଷତବିକ୍ଷତ ଫଟୋକୁ ଦେଖି ହେଉନି । ଏତେ କମ୍ ବୟସରେ ଉଭଣୀକୁ ବଞ୍ଚାଇବା ପାଇଁ କେବଳ କୁକୁର ସହ ଲଢ଼ି ନାହାନ୍ତି । ବରଂ କୁକୁରକୁ ହରାଇ ଉଭଣୀର ସୁରକ୍ଷା କବଚ ହୋଇଥିଲେ । ସୁଝିଛନ୍ତି ରାକ୍ଷୀ ପାଉଣା । ଦେଇଛନ୍ତି ନୂଆ ଜୀବନ । ସୋସିଆଲ ମିଡିଆରେ ହିରୋ ପାଲଟିଛନ୍ତି ୬ବର୍ଷୀୟ ବ୍ରିଜର ଓ୍ୱକର । ସମସ୍ତେ ତାଙ୍କ ଅଦ୍ୟମ ସାହସକୁ ତାରିଫ କରୁଛନ୍ତି ।
Comments are closed.