Latest Odisha News

BREAKING NEWS

ଅନଲାଇନ୍ ଜୁଆ ଖେଳ, ଦେବଗଡ଼ରୁ ୬ ଗିରଫ

ଦେବଗଡ଼: ବେଆଇନ୍ ଭାବେ ଅନଲାଇନ୍ ଜୁଆ ଖେଳ ମାମଲାରେ ୬ ଜଣ ଯୁବକଙ୍କୁ ଦେବଗଡ଼ ଜିଲ୍ଲାରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ର ଆଦର୍ଶ ଥାନା ପୋଲିସ ଲାଲୁସାହୁ ସ୍ଥିତ ଏକ ଭଡ଼ାଘରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ରେଡ୍ ବେଳେ ୬ ଯୁବକ ଧରା ପଡ଼ିଛନ୍ତି ।

୬ ଯୁବକଙ୍କୁ ଗିରଫ ସହ ପୋଲିସ ୧୨ଟି ସ୍ମାର୍ଟ ଫୋନ୍, ୨୧ଟି ସିମ୍ କାର୍ଡ, ୮ଟି ଏଟିଏମ୍ କାର୍ଡ, ୩ଟି ବ୍ୟାଙ୍କ ପାସବୁକ୍, ୧୦ଟି ଆକାଉଣ୍ଟ ନୋଟବୁକ୍ସ, ୫ ହଜାର ୨ ଶହ ଟଙ୍କା ଓ ୨ଟି ବାଇକ୍ ଜବତ କରାଯାଇଛି ।

ଗିରଫ ଯୁବକ ଉକ୍ତ ଭଡ଼ା ଘରେ କାର୍ଯ୍ୟାଳୟ ଖୋଲିଥିଲେ । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ଅନଲାଇନରେ ବେଟିଂ କରି ଅଧିକ ଟଙ୍କା ଆୟ କରି ପାରିବେ । ଏକାଧିକ ଲୋକ ଟଙ୍କା ଲଗାଇ ହରାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.