ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।
60 cases reported today, 50 from Rourkela and 10 from Bisra areas. 49 cases are symptomatic and one is contact of previous positive. Details of Rourkela cases are given below. We will soon be publishing the Bisra case details as we are still compiling the data for confirmation. https://t.co/T3PRfbTgJN pic.twitter.com/8hIrhCn3bx
— Collector and DM, Sundargarh (@DMSundargarh) July 23, 2020
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୫୦ ଜଣ ରାଉରକେଲାରୁ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ବିଶ୍ରା ଅଞ୍ଚଳରୁ । ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୪୯ ଜଣଙ୍କର ଲକ୍ଷଣ ରହିଛି ।
ଆହୁରି ମଧ୍ୟ ପ୍ରଶାସନ ପକ୍ଷରୁ ଏଯାବତ୍ ବିଶ୍ରା ଅଞ୍ଚଳର ସଂକ୍ରମିତଙ୍କ ସବିଶେଷ ବିବରଣୀ ପ୍ରଦାନ କରାଯାଇ ନାହିଁ ।
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୯୧୭ କରୋନା ମାମଲା ରହିଥିବା ବେଳେ ୭୨୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୧୮୫ ସକ୍ରିୟ ମାମଲା ରହିଛି ।
Comments are closed.