Latest Odisha News

ଅନ୍ୟ ଧର୍ମରେ ବିବାହକୁ ପସନ୍ଦ କରୁନାହାଁନ୍ତି ଅଧିକାଂଶ ଭାରତୀୟ

ନୂଆଦିଲ୍ଲୀ: ଅନ୍ୟ ଧର୍ମରେ ବିବାହକୁ ପସନ୍ଦ କରୁନାହାଁନ୍ତି ଭାରତୀୟ । ଭାରତର ପ୍ରାୟ ୬୧% ଲୋକ ଅନ୍ୟ ଧର୍ମରେ ବିବାହ କରିବାକୁ ଚାହାଁନ୍ତି ନାହିଁ । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ ସମାଜର ଆଚରଣ ଏବଂ ମନୋଭାବକୁ ବୁଝିବା ପାଇଁ ପ୍ରଥମ ଥର ପାଇଁ ଗ୍ରସ୍‌ ଡୋମେଷ୍ଟିକ୍‌ ବିହେବିଅର ସର୍ଭେ କରାଯାଇଛି। ଯେଉଁଥିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, ୬୧% ଭାରତୀୟ ଅନ୍ୟ ଧର୍ମରେ ବିବାହକୁ ବିରୋଧ କରୁଛନ୍ତି । ସେହିପରି ୩୭% ଭାରତୀୟ ଏହାକୁ ସମର୍ଥନ କରୁଛନ୍ତି ।

ରିପୋର୍ଟରେ ଆହୁରି ଜଣାପଡିଛି ଯେ, ୫୬% ଭାରତୀୟ ଲୋକେ ଅନ୍ୟ ଜାତିରେ ବିବାହକୁ ବିରୋଧ କରିଥିବାବେଳେ ୪୩% ଲୋକେ ଏହାକୁ ସମର୍ଥନ କରୁଛନ୍ତି । ତେବେ କେରଳରେ ସର୍ବାଧିକ ୯୪% ଲୋକ ଅନ୍ୟ ଧର୍ମରେ ବିବାହକୁ ସମର୍ଥନ କରୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ପଛକୁ ରହିଛି ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ । ସେହିପରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଲୋକମାନେ ଅନ୍ୟ ଧର୍ମରେ ବିବାହକୁ ସର୍ବାଧିକ ବିରୋଧ କରୁଥିବା ମଧ୍ୟ ଜଣାପଡ଼ିଛି।

ସେହିପରି ଉତ୍ତର ପ୍ରଦେଶର ୮୪% ଲୋକେ ଅନ୍ୟ ଜାତିରେ ବିବାହକୁ ବିରୋଧ କରୁଥିବା ବେଳେ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୯୦% ଲୋକେ ଅନ୍ୟ ଧର୍ମରେ ବିବାହକୁ ବିରୋଧ କରନ୍ତି । ଏନେଇ ସ୍ତମ୍ଭକାର କମଲେଶ ସିଂ କହିଛନ୍ତି ଯେ, ଧର୍ମ ଧର୍ମ ମଧ୍ୟରେ ଭେଦଭାବ ମାନସିକତା ସାକ୍ଷରତା ଏବଂ ସହରୀକରଣଠାରୁ ଊର୍ଦ୍ଧ୍ୱରେ ।

 

Comments are closed.