ଭୁବନେଶ୍ୱର: ରାଜ୍ୟରେ ସରିଛି ୨୦୨୪ ନିର୍ବାଚନ। ମୋଟ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ବାହାରିବା ଫଳାଫଳ। ଆଜି ଅନ୍ତିମ ପର୍ଯ୍ୟାୟରେ ରାଜ୍ୟ ରେ ମୋଟ ୬୩.୧୮ ପ୍ରତିଶତ ଭୋଟ ଗ୍ରହଣ ହୋଇଯାଇଛି।
ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାରଙ୍କ ହାତରେ ଥିଲା ୬ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ପ୍ରାର୍ଥୀଙ୍କ ଭାଗ୍ୟ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଥିଲେ ୩୯୪ ଜଣ ପ୍ରାର୍ଥୀ।
ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଥିଲା। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଥିଲା।
ଏହି ପର୍ଯ୍ୟାୟରେ ଲୋକସଭାରେ ଅନେକ ହେଭିୱେଟ୍ ରହିଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ସୁଦାମ ମାରଣ୍ଡି, ନବ ଚରଣ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ଜେନା, ମଞ୍ଜୁଲତା ମଣ୍ଡଳ, ଅଭିମନ୍ୟୁ ସେଠୀ, ଅନନ୍ତ ପ୍ରସାଦ ସେଠୀ, ଶର୍ମିଷ୍ଠା ସେଠୀ, ରବୀନ୍ଦ୍ର ନାରାୟଣ ବେହେରା, ଅଂଶୁମାନ ମହାନ୍ତି, ବୈଜୟନ୍ତ ପଣ୍ଡା, ରାଜଶ୍ରୀ ମଲ୍ଲିକ, ବିଭୁପ୍ରସାଦ ତରାଇ ।
BREAKING NEWS
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
Comments are closed.