Latest Odisha News

ଏସିଆନ ଗେମ୍ସରେ ଏଥର ଅଂଶଗ୍ରହଣ କରିବେ ୬୩୪ ଜଣିଆ ଭାରତୀୟ ଟିମ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ୬୩୪ଜଣିଆ ଟିମ ଏଥର ଅଂଶଗ୍ରହଣ କରିବେ । ଶୁକ୍ରବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ୮୫୦ ଆଥଲେଟଙ୍କ ନାମ ସୁପାରିଶ କରିଥିଲା । ମାତ୍ର ମନ୍ତ୍ରଣାଳୟ ୩୮ଟି ଖେଳ ପାଇଁ ୬୩୪ଜଣଙ୍କ ନାମ ଘୋଷଣା କରିଛି । ୨୦୧୮ ସଂସ୍କରଣରେ ଭାରତ ୫୭୨ ଜଣିଆ ଟିମ ପଠାଇଥିଲା । ଏଥିରେ ଭାରତ ୧୬ ସ୍ୱର୍ଣ୍ଣ ସହ ୭୩ ପଦକ ଜିତିଥିଲା । ଆଥଲେଟିକ୍ସରେ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ୩୪ ପୁରୁଷ ଓ ୩୧ ମହିଳା ପ୍ରତିନିଧିତ୍ୱ କରିବେ । ଆକ୍ୱାଟିକ୍ସରେ ୨୨, ତୀରନ୍ଦାଜୀରେ ୧୬, ରେସଲିଂରେ ୧୮ଜଣ ଅଂଶଗ୍ରହଣ କରିବେ । ଏସିଆନ ଗେମ୍ସରେ ପଦାର୍ପଣ କରୁଥିବା ଇ-ସ୍ପୋର୍ଟ୍ସରେ ୧୫ଜଣ ଖେଳାଳି ସାମିଲ ହେବେ ।

ଏହା ବ୍ୟତୀତ ଫୁଟବଲ, ହକି ଓ କ୍ରିକେଟ ପାଇଁ ମଧ୍ୟ ଖେଳାଳିଙ୍କ ନାମ ଚୂଡାନ୍ତ ହୋଇସାରିଛି । ଶୁଟିଂ ଓ ନୌଚାଳନାରେ ୩୩ଜଣ ଲେଖାଁଏ ଖେଳାଳିଙ୍କୁ ସୁଯୋଗ ମିଳିଛି । ଚେସ ବିଶ୍ୱକପରେ ରୌପ୍ୟ ପଦକ ଜିତିଥିବା ରମେଶବାବୁ ପ୍ରଜ୍ଞାନନନ୍ଦଙ୍କ ସମେତ ୧୦ଜଣ ଚେସରେ ପ୍ରତିନିଧିତ୍ୱ କରିବେ । ଭାରୋତୋଳନରେ ମୀରାବାଇ ଚାନୁ ଓ ବିନ୍ଦିୟା ରାଣୀ ତ୍ରିରଙ୍ଗା ତଳେ ଖେଳିବେ । ଭାରତ ଗତ ସଂସ୍କରଣ ତୁଳନାରେ ଏଥର ଅଧିକ ପଦକ ଜିତିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.