Latest Odisha News

କରୋନା ଆତଙ୍କ; ୨୦ ଦିନରେ ମଲେଣି ୬୪ ଜଣ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ନିକଟ ଏକ ଗ୍ରାମରେ ଗତ କିଛି ସପ୍ତାହ ହେବ ବହୁ ସଂଖ୍ୟାରେ କରୋନା ଜନିତ ମୃତ୍ୟୁ ହେଉଥିବା ଖବର ସାମ୍‌ନାକୁ ଆସିଛି। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି।

କିଛିଦିନ ତଳେ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ମହିଳା ଜଣଙ୍କ ତାଙ୍କ ସ୍ୱାମୀକୁ ପାଟିରେ ନିଶ୍ବାସ ପ୍ରଶ୍ବାସ ପ୍ରବାହିତ କରିବାକୁ ଚେଷ୍ଟା କରୁଥିଲେ। ଆଉ ଏହି ହୃଦୟ ବିଦାରକ ଚିତ୍ର ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା।

ଆଗ୍ରା ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଇଟମାଡପୁର ଗାଁରେ ଗତ ଦୁଇ ସପ୍ତାହ ମଧ୍ୟରେ ୧୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଜ୍ୱର, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ, ଏହି ଗାଁରେ ୧୦୦ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ମିଳିଥିଲା। ଏହାକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏବେ ଏହି ଗାଁକୁ ଯାଇଛନ୍ତି। ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି ସେମାନଙ୍କୁ କୁରୱାଙ୍ଗାର ଏକ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧରେ ରଖାଯାଇଛି।

Leave A Reply

Your email address will not be published.