Latest Odisha News

ସେନାର ୬୫୩ ଗୁଳି ହଜିଗଲା, ସହରକୁ ଲକଡାଉନ କରିଦେଲେ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଏଠାକାର ସୈନିକଙ୍କ ୬୫୩ ଗୁଳି ହଜି ଯାଇଥିଲା । ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ଅନୁସାରେ ରିୟାଙ୍ଗଗ୍ୟାଙ୍ଗର ହେସନ ସହରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଉଛି । ସମସ୍ତ ଗୁଳି ନ ମିଳିବା ପର୍ଯ୍ୟନ୍ତ ଏହି ଲକଡାଉନ ବଳବତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ବିତି ଯାଇଥିଲେ ମଧ୍ୟ ସମସ୍ତ ଗୁଳି ମିଳି ନାହିଁ । ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଘର ଭିତରେ ବନ୍ଦ ହୋଇ ରହିଛନ୍ତି । ପ୍ରତ୍ୟେକ ଘରେ ସୈନିକମାନେ ପ୍ରବେଶ କରି ଖୋଜାଖୋଜି କରୁଛନ୍ତି ।

୨୦୨୦ରେ ଚୀନ ସୀମାକୁ ବନ୍ଦ କରିବା ପାଇଁ ଏକ ବ୍ୟାଟେଲିୟନ ନିୟୋଜିତ କରାଯାଇଥିଲା । କରୋନା ସଙ୍କଟ ଟଳିବା ପରେ ସେନାଙ୍କୁ ଡକାଇ ଦିଆ ଯାଇଥିଲା । ଆବଶ୍ୟକ ତଦନ୍ତ ପରେ ଏହି ଗୁଳି ହଜିଥିବା ଜଣା ପଡିଥିଲା । ସ୍ଥାନୀୟ ଜନସାଧାରଣ ଏ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କିମ ଜୋଙ୍ଗଙ୍କ ଭୟରେ ମୁହଁ ଖୋଲୁ ନାହାନ୍ତି ।

Leave A Reply

Your email address will not be published.