Latest Odisha News

BREAKING NEWS

ପୁୁଣି ଡର ବଢ଼ାଇଲା ଆଉ ଏକ ନୂଆ ଭାଇରସ, ମୁଣ୍ଡ ନେଉଛି ମସ୍ତିଷ୍କଖିଆ ରୋଗ

ନୂଆଦିଲ୍ଲୀ: କେରଳରେ ମୁଣ୍ଡ ନେଉଛି ମସ୍ତିଷ୍କଖିଆ ଆମିବା। ରାଜ୍ୟରେ ଏବେ ପ୍ରାଇମେରୀ ଆମିବିକ୍‌ ମେନିଙ୍ଗୋଏନ୍‌ସେଫାଲାଇଟିସ୍‌ (ପିଏଏମ୍‌) ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଉଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି। ସରକାରୀ ସୂଚନା ଅନୁସାରେ, ରାଜ୍ୟରେ ମୋଟ୍‌ ୬୧ ଜଣ ପିଏଏମ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ପ୍ରାଣ ହରାଇଛନ୍ତି। ସେପ୍ଟେମ୍ବର ଅର୍ଥାତ୍‌ ଚଳିତ ମାସରେ ହିଁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି…

ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ପୂର୍ବରୁ ଏହି ସଂକ୍ରମଣ କୋଝିକୋଡ୍‌ ଓ ମଲାପ୍ପୁରମ୍‌ ଭଳି ଜିଲ୍ଲାର କିଛି ଅଞ୍ଚଳରେ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ରାଜ୍ୟରେ ବିକ୍ଷିପ୍ତ ଭାବେ ଦେଖିବାକୁ ମିଳୁଛି। ସଂକ୍ରମିତଙ୍କ ମଧ୍ୟରେ ୩ ମାସର ଶିଶୁରୁ ନେଇ ୯୧ ବର୍ଷୀୟ ବୃଦ୍ଧ ବି ରହିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଏହି ସଂକ୍ରମଣ ନାଗ୍ଲେରିଆ ଫାଉଲେରି ନାମକ ଏକ ସୂକ୍ଷ୍ମ ଜୀବାଣୁ ଯୋଗୁ ହୋଇଥାଏ। ସେହି ଜୀବାଣୁକୁ ସାଧାରଣତଃ ମସ୍ତିଷ୍କଖିଆ ଆମିବା କୁହାଯାଏ। ପ୍ରାଇମେରୀ ଆମିବିକ୍‌ ମେନିଙ୍ଗୋଏନ୍‌ସେଫାଲାଇଟିସ୍‌ ଏକ ବିରଳ ଘାତକ ମସ୍ତିଷ୍କ ସଂକ୍ରମଣ। ଏହା ମସ୍ତିଷ୍କର କୋଷିକାକୁ ନଷ୍ଟ କରିଦେଇଥାଏ। ତେଣୁ ଅଧିକାଂଶ କ୍ଷେତ୍ରରେ ସଂକ୍ରମିତଙ୍କର ମୃତ୍ୟୁ ଘଟିଥାଏ। ନାଗ୍ଲେରିଆ ଫାଉଲେରି ଜୀବାଣୁ ପୋଖରୀ ଓ ହ୍ରଦ ପାଣିର ସ୍ରୋତରେ ରହିଥାଏ…ଗାଧୋଇବା ସମୟରେ ସେହି ଆମିବା ସଂସ୍ପର୍ଶରେ ଆସିବା ଫଳରେ ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ…

ଯଦି ଆମିବା ମସ୍ତିଷ୍କରେ ପହଞ୍ଚି ଯାଏ, ତେବେ ଏହା ସଂକ୍ରମଣ ସୃଷ୍ଟି କରିପାରେ…ଯେଉଁଥିରେ ୯୫ ପ୍ରତିଶତରୁ ଅଧିକ ସଂକ୍ରମଣ ପ୍ରାଣ ହରାଇଥା’ନ୍ତି…ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ବା ସିଡିସି ଅନୁଯାୟୀ, ଏହି ସଂକ୍ରମଣ ଅତ୍ୟନ୍ତ ବିରଳ କିନ୍ତୁ ସାଂଘାତିକ…ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପେ ନାହିଁ…ସଂକ୍ରମିତ ରୋଗୀଠାରେ ଜ୍ବର, ମୁଣ୍ଡବିନ୍ଧା ଓ ବାନ୍ତି ପରି ଲକ୍ଷଣ ଦେଖିବାକୁ ମିଳେ…୧୯୬୨ ମସିହାରୁ ବିଶ୍ବରେ ପ୍ରାୟ ୫୦୦ ମାମଲା ରିପୋର୍ଟ ହୋଇଛି…ଆମେରିକା, ଭାରତ, ପାକିସ୍ତାନ ଓ ଅଷ୍ଟ୍ରେଲିଆରେ ବିଶେଷ କରି ଏହି ଆମିବା ପରିଲକ୍ଷିତ ହୋଇଛି ।

Comments are closed.