Latest Odisha News

BREAKING NEWS

ଓଡିଶାରେ ୬ଷ୍ଠ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିଛି । ତାଙ୍କ ଘର କଟକରେ ହୋଇଥିବା ବେଳେ ନିକଟ ଅତୀତରେ ସେ ଦିଲ୍ଲୀ ଗସ୍ତରୁ ଫେରିଥିବା ନେଇ ଜଣାପଡିଛି ।

ତେବେ ସେ ଦିଲ୍ଲୀର ନିଜାମୁଦ୍ଦିନ ଗସ୍ତ କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ଉଲ୍ଲେଖଯୋଗ୍ୟ, ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର, ଭଦ୍ରକ ଓ କଟକ ସହରକୁ ଆଗାମୀ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବା ଲାଗି ଘୋଷଣା କରାଯାଇଛି ।

Leave A Reply

Your email address will not be published.