Latest Odisha News

BREAKING NEWS

ଗୋଟିଏ ସ୍କୁଟିରେ ୭ ଜଣ; ଲାଗିଲା ୨୧,୫୦୦ ଟଙ୍କାର ଫାଇନ

ସମ୍ବଲପୁର: ସମ୍ବଲପୁରର ଧନୁପାଲିରେ ଗୋଟିଏ ସ୍କୁଟିକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୋଟା ଅଙ୍କର ଫାଇନ ଲାଗିଛି।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଛଅ ଜଣ ନାବାଳକଙ୍କ ସମେତ ସାତ ଜଣ ପିଲା ଗୋଟିଏ ସ୍କୁଟିରେ ବସି ଯାଉଥିଲେ। ଅତ୍ୟନ୍ତ ବେପରୁଆ ଭାବରେ ଢଙ୍ଗରେ ସେମାନେ ଗାଡ଼ି ଚଳାଉଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଧନୁପାଲି ଏବଂ ଖେତରାଜପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିସିଟିଭି ଫୁଟେଜ୍ ଆଧାରରେ ସ୍କୁଟିକୁ ଟ୍ରାକ୍ କରିଥିଲା। ସମ୍ବଲପୁରର ସଡ଼କ ପରିବହନ ଅଧିକାରୀ ରାମଦାସ ଟୁଡୁଙ୍କ ଅନୁଯାୟୀ, ବହୁ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ସ୍କୁଟି ମାଲିକଙ୍କ ଉପରେ ୨୧,୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଯାଇଥିଲା। ତେବେ ଟ୍ରାଫିକ୍ ନିୟମ ଭାଙ୍ଗିବା କିମ୍ବା ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ ନ କରିବାକୁ ଅଧିକାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

 

Comments are closed.