Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ୭ ଗାଈବାଛୁରୀ ଜୀବନ୍ତ ଦଗ୍ଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ।  ଚାଷ ଜମିରେ ନିଆଁ ଲାଗି ଜଳିଗଲେ ୭ ଗାଈବାଛୁରୀ ।  କେହି ଜଣେ ଚାଷଜମିରେ ନିଆ ଲଗେଇଥିବା ସନ୍ଦେହ କରାଯାଉଛି ।  ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି ।

ନିଆଁ ର କରାଳ ଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ୭ ଗାଈ ବାଛୁରୀ ।  ୪୦ ପ୍ୟାକେଟ ଧାନ ଜଳିଗଲା  ।  ୪ ବଖରା ଘର ସହ ଲକ୍ଷାଧିକ ତାଙ୍କର ସମ୍ପତ୍ତି ନଷ୍ଟ ହୋଇଗଲା  ।  ଘଟଣାସ୍ଥଳରେ ରାମପୁର ଅଗ୍ନିଶମ ବାହିନୀର କର୍ମକର୍ତ୍ତା ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ  । ବର୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ କୋଣସି ସରକାରୀ କର୍ମଚାରୀ ପହଞ୍ଚି ନାହାନ୍ତି । ଅନ୍ୟପକ୍ଷେ  ଚୈତନ୍ୟ ଏବଂ କୃପା ନିଜର ବାସଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ହରାଇ ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି । ତାଙ୍କ ପରିବାର ଏବେ ଦାଣ୍ଡରେ  । ଏମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Comments are closed.