Latest Odisha News

BREAKING NEWS

କୋଭିଡ କେୟାର କେନ୍ଦ୍ରରେ ନିଆଁ: ୭ କରୋନା ଆକ୍ରାନ୍ତ ମୃତ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା ଏକ କୋଭିଡ୍ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଏଥିରେ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବିଜୟୱାଡା ସହରରେ ଥିବା ଏକ ହୋଟେଲକୁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରାଯାଇଥିଲା । କୌଣସି କାରଣ ବଶତଃ ରବିବାର ସକାଳେ ଏଥରର ହଠାତ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ଜଣ ଆହତ ହେବା ସହ ୭ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା।

ଅଗ୍ନିକାଣ୍ଡ ଘଟିବା ସମୟରେ ଏହି କୋଠା ଭିତରେ ପ୍ରାୟ ୩୦ଜଣ କରୋନା ରୋଗୀ ରୋଗୀ ଉପସ୍ଥିତ ରହିଥିଲେ। ଏଠାରୁ ଉଦ୍ଧାର କରାଯାଇ କରୋନା ଆକ୍ରାନ୍ତଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ଚାରିଟି ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ଅଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଏସ ଜଗନ୍ ମୋହନ ରେଡ୍ଡି ଘଟଣା ଉପରେ ନଜର ରଖିଛନ୍ତି ।ବିଜୟୱାଡା ପୁଲିସ କମିଶନର ଶ୍ରୀନିବାସୁଲୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କକାର୍ଯ୍ୟ ତଦାରଖ କରିଛନ୍ତି ।

ଅନ୍ୟପଟେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେ‌ଳେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥାଇପାରେ ବୋଲି ଆଶାଙ୍କା କରାଯାଉଛି।

Leave A Reply

Your email address will not be published.