Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା୯-୮-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୯ ରିଖ ରବିବାର କର୍କଟ ୨୫ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର

ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ :
ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ । ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ଶତ୍ରୁମାନେ ପରାଜିତ ହେବେ ।

ବୃଷ :
ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ । ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି ଘଟିବ ।

ମିଥୁନ :
ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସମ୍ପୁର୍ଣ୍ଣ ଭଲ । ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ଲାଭ କରିବେ ।

କର୍କଟ :
ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ଦେବ। ମହିଳାମାନେ ସମାଲୋଚିତ ହେବେ । ଦୂର ଯାତ୍ରା କରନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନଯୋଗୀ ହେବେ ।

ସିଂହ:
ବକେୟା ଅର୍ଥ ହସ୍ତଗତ ହେବ।ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ସୁଖ ନିଦ୍ରା ଓ ସ୍ଵାଦିଷ୍ଟ ଭୋଜନ ମିଳିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ।

କନ୍ୟା :
ଦେହ ମନ ସୁସ୍ଥ ରହିବ । ପିତାମାତା ଓ ସନ୍ତାନମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ । ଗୁପ୍ତ ଶତୃମାନେ ପରାଜିତ ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । ନିଜ ଜୀବନ ସାଥୀର ପ୍ରେରଣା ବହୁକାଶଂରେ ସାହାଯ୍ୟ କରିବ ।

ତୁଳା :
ପାରିବାରିକ ସମସ୍ୟା ଆଜି ଦୂରେଇ ଯିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ଆର୍ଥିକ ଅଭିବୃଦ୍ଧି ଘଟିବ ।ମହିଳାମାନେ ଯଶସ୍ବୀ ହେବେ । ଶତ୍ରୁମାନେ ପରାଜିତ ହେବେ ।

ବିଛା :
ପିତା ମାତାଙ୍କ ସହିତ ମନୋମାଳିନ ଦେଖା ଦେଇପାରେ । ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ । ମାନସିକ ଅସ୍ଥିରତା ଦେଖା ଦେବ । ଛାତ୍ରଛାତ୍ରୀମାନେ ଉତ୍ସୁଙ୍ଖଳିତ ହେବେ । ମହିଳାମାନେ ନାନା ଦିଗରୁ ଅପମାନିତ ଓ ଅସୁବିଧାର ସମ୍ମୁଖୀନ ହେବେ ।

ଧନୁ:
ପାରିବାରିକ ଶାନ୍ତି ପରିଲିକ୍ଷିତ ହେବ । ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ପ୍ରାପ୍ତି ହେବ । ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ । ବ୍ୟବସାୟୀମାନେ ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।

ମକର :
ପାରିବାରିକ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗୁରୁଜନମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।

କୁମ୍ଭ:
ମାଲିମକଦମାରେ ବିଜୟୀ ହେବେ । ମହିଳାମାନେ ପରିବାରରେ ପ୍ରଶଂସିତ ହେବେ । ଶତ୍ରୁମାନେ ପରାଜିତ ହେବେ । ଗବେଷଣାରତ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଇବେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ।

ମୀନ :
ଦାମ୍ପତ୍ୟ ଜୀବନ ଦୁଃଖମୟ ହେବ । ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେବ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ । ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.