Latest Odisha News

BREAKING NEWS

ପାଞ୍ଚ ମହଲା ବିଲଡିଂରୁ ଖସିଲା ସ୍ଲାବ, ୭ ଜଣଙ୍କର ମୃତ୍ୟୁ

ଥାନେ(ମହାରାଷ୍ଟ୍ର): ପାଞ୍ଚ ମହଲା ବିଲଡିଂରୁ ଖସିଲା ସ୍ଲାବ୍ । ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଆଉ ୪-୫ ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି ।

ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି ପଡ଼ିଥିଲା । ତଳ ମହଳାରେ ଥିବା ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ୭ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.