Latest Odisha News

ବିସର୍ଜନ ବେଳେ ଅଘଟଣ, ୧୩ ଜଣଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣିବେଳେ ଅଘଟଣ। ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ବୁଡ଼ିଯିବାରୁ ପ୍ରାଣ ହରାଇଛନ୍ତି।

ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଲୋକମାନେ ମୂର୍ତ୍ତି ବୁଡ଼ ପକାଇବା ପାଇଁ ଓହ୍ଲାଇଥିଲେ, ଯେତେବେଳେ ହଠାତ୍ ଜଳ ସ୍ତର ବଢିବାରେ ଲାଗିଥିଲା। ପାଣିର ସୁଅ ଆସିଯିବା ପରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜଲପାଇଗୁଡି ଏସପି ଦେବର୍ସି ଦତ୍ତ କହିଛନ୍ତି ଯେ ପାଣିର ପ୍ରଖର ସୁଅରେ ଅନେକ ଲୋକ ଭାସି ହୋଇଯାଇଛନ୍ତି । ଅନେକ ନିଖୋଜ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ।

ଏଥିସହ ବୁଧବାର ରାଜସ୍ଥାନର ଅଜମେର ଜିଲ୍ଲାର ନାସିରାବାଦ ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଗାଙ୍କ ମୂର୍ତ୍ତି ଭସାଣି ବେଳେ ବର୍ଷା ପାଣିରେ ଭର୍ତ୍ତି ହୋଇଥିବା ଖାଲରେ ବୁଡ଼ି ଯାଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ଅଜମେର ପୋଲିସ କହିଛି ମେଢ ଭସାଇବାକୁ ଆସିଥିବା ଲୋକେ ଜାଣିନଥିଲେ ଖାଲର ଗଭୀର। ତେଣୁ ଏଭଳି ଏକ ଅଘଟଣ ଘଟିଛି। ପୋଲିସ କହିଛି ପ୍ରଥମେ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା, ପରେ ଜଣାପଡିଥିଲା ​​ଯେ ଆଉ ଜଣେ ନିଖୋଜ ଅଛନ୍ତି, ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟାରେ ଆଉ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଶ୍ଚିମବଙ୍ଗରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ  ସମବେଦନା ଜଣାଇଛନ୍ତି।

Comments are closed.