Latest Odisha News

ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ୭ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ବାଳୁଙ୍ଗାବନ୍ଦୀ ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ ୨ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ଗୁରୁତରଙ୍କୁ ଦାନଗଦୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଏହାକୁ ନିମ୍ନମାନର ଦର୍ଶାଇ ଗ୍ରାମର କିଛି ଲୋକ ବିରୋଧ କରିଥିଲେ । ହେଲେ ସେହି ଗ୍ରାମର ଆଉ ଏକ ଗୋଷ୍ଠୀ ରାସ୍ତା ନିର୍ମାଣ କରୁଥିବା ଠିକାଦାର ସପକ୍ଷରେ ବାହାରିଥିଲେ l ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ହେବା ସହ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା।

ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀରୁ ୭ ଜଣ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତେବେ ଏହି ଘଟଣାକୁ ନେଇ ଦାନଗଦି ଫାଣ୍ଡିରେ ଦୁଇ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.