Latest Odisha News

ନିର୍ବାଚନ ପୂର୍ବରୁ ଆପକୁ ଝଟକା; ଇସ୍ତଫା ଦେଲେ ୭ ବିଧାୟକ

ନୂଆଦିଲ୍ଲୀ: ଆଗାମୀ ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍)ର ୭ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି।

ସର୍ବ ପ୍ରଥମେ ମହରୌଲି ବିଧାୟକ ନରେଶ ଯାଦବ ଆମ ଆଦମୀ ପାର୍ଟି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଉ ସାତ ଜଣ ବିଧାୟକ ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି।

ଇସ୍ତଫା ଦେଇଥିବା ବିଧାୟକ ମାନଙ୍କ ମଧ୍ଯରେ ଜନକପୁରୀର ବିଧାୟକ ରାଜେଶ ଋଷି, ପାଲମରୁ ଭାବନା ଗୌଡ, ବିଜୱାସନରୁ ବିଏସ ଜୁନ୍, ଆଦର୍ଶ ନଗରରୁ ପବନ ଶର୍ମା, କସ୍ତୁରବା ନଗରରୁ ମଦନଲାଲ୍, ତ୍ରିଲୋକପୁରୀର ରୋହିତ ମହରୌଲିଆ ସାମିଲ ରହିଛନ୍ତି। ତେବେ ଏହି ସବୁ ବିଧାୟକ ମାନଙ୍କୁ ନିର୍ବାଚନରେ ​​ଟିକେଟ୍ ନମିଳିଥିବାରୁ ସମସ୍ତେ କ୍ଷୁବ୍ଧ ଥିଲେ।

ଅପରପକ୍ଷରେ ନରେଶ ଯାଦବ ଏକ ଚିଠିରେ ଲେଖିଛନ୍ତି ଯେ, ଭାରତୀୟ ରାଜନୀତିକୁ ଦୁର୍ନୀତିମୁକ୍ତ କରିବା ପାଇଁ ଦୁର୍ନୀତି ବିରୁଦ୍ଧରେ ଆନ୍ନାଙ୍କ ଆନ୍ଦୋଳନରୁ ଆମ ଆଦମୀ ପାର୍ଟିର ଗଢା ହୋଇଥିଲା। କିନ୍ତୁ ଆମ ଆଦମୀ ପାର୍ଟି ଦୁର୍ନୀତିକୁ କମ କରିବା ପରିବର୍ତ୍ତେ ନିଜେ ହିଁ ଦୁର୍ନୀତିର କବଳରେ ଫସି ଅନ୍ୟାୟ କରିଚାଲିଛି।

Comments are closed.