Latest Odisha News

ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ: ୭ ପୋଲିସଙ୍କ ସହ ୨ ହୋମଗାର୍ଡ ବିଦା

କୋରାପୁଟ: ଗଂଜେଇ ମାଫିଆଙ୍କ ସହ ଲିଙ୍କ୍‌ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୋଲିସ କର୍ମଚାରୀ ସସ୍‌ପେଣ୍ଡ । ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ୍‌, ୨ କନ୍‌ଷ୍ଟେବଲ ସସ୍‌ପେଣ୍ଡ ହୋଇଛନ୍ତି । ଏପରିକି ତାଲିମ ନେଉଥିବା ୨ ଜଣ ଏସ୍‌ଆଇଙ୍କ ପ୍ରତି ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ୨ ଜଣ ହୋମଗାର୍ଡଙ୍କୁ ମଧ୍ୟ ଚାକିରିରୁ ବିଦା କରାଯାଇଛି। ଏନେଇ କୋରାପୁଟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଗଞ୍ଜେଇ କାରବାରରେ ପୋଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଗଞ୍ଜେଇ ଜବତ କରିବା ପରେ ମାଫିଆଙ୍କୁ ଛାଡିଦେବା ଏବେ ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଗଞ୍ଜେଇ ମାଫିଆ ଓ ଜବତ ଗାଡ଼ିକୁ ଛାଡ଼ିବା ଅଭିଯୋଗରେ ୧୧ ଜଣଙ୍କୁ ନିଲମ୍ବନ କରାଯାଇଛି। ଏନେଇ କାଲି ମାଛକୁଣ୍ଡ ଓ ଲମତାପୁଟ ଥାନାରେ ରେଡ୍ କରିଥିଲା ପୋଲିସ।

Comments are closed.