ବ୍ରହ୍ମପୁର,୬ା୧୨: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ, ପ୍ରାର୍ଥ ଦାସ, ଡି. କିରଣ ପାତୁରୁଡୁ, କେ. ନରସିଂହ ପାତ୍ର, ମୌସମ ବେହେରା, ଏସ. ଗୌତମ ରାୟ, କାହ୍ନା ସାବତ।
ସୂଚନାଯୋଗ୍ୟରେ ନଭେମ୍ବର ୧୧ ତାରିଖରେ ଏହି କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା। କିଛି ଛାତ୍ର ମିଳିତଭାବେ ଛାତ୍ରୀଙ୍କୁ ରାଗିଂ କରିବା ସହ ହଇରାଣ ହରକତ କରୁଥିବା ନେଇ ପିଡ଼ିତା ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୯ ଜଣ ଛାତ୍ରଙ୍କୁ ଅନିଦ୍ଧିଷ୍ଟ କାଳ ପାଇଁ କ୍ୟାମ୍ପସ ବାରଣ କରାଯାଇଥିଲା।ଏହି ଛାତ୍ରମାନେ ଯେପରି କଲେଜ ଭିତରକୁ ପ୍ରବେଶ କରିବେ ନାହିଁ ସେ ନେଇ ନଜର ରଖିବାକୁ ଆଣ୍ଟି ରାଗିଂ କମିଟିର ଆବାହକ ଡ. ଏକେ ସେଠଙ୍କୁ ଦାୟିତ୍ବ ଦିଆଯାଇଥିଲା।ଏହା ଭିତରେ ଆଣ୍ଟି ରାଗିଂ କମିଟି ପକ୍ଷରୁ ରାଗିଂ ଘଟଣାରତଦନ୍ତ କରାଯିବା ସହ ପିଡ଼ିତା ଛାତ୍ର ଓ ରାଗିଂରେ ସଂପୃକ୍ତ ଥିବା ଛାତ୍ରଙ୍କୁ ପଚରାଛରା କରାଯାଇଥିଲା।ଏହି ୯ ଜଣଙ୍କ ମଧ୍ୟରୁ ଉପରୋକ୍ତ ୭ ଜଣ ଛାତ୍ର ରାଗିଂରେ ସଂପୃକ୍ତ ଥିବା ପ୍ରମାଣିତ ହେବା ପରେ ସେମାନଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ମନା କରିଦିଆଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ. ଆରକେ ନାୟକ ମଙ୍ଗଳବାର ନୋଟିସ ଜାରି କରିଛନ୍ତି।ଯଦି ଛାତ୍ରମାନେ କ୍ୟାମ୍ପସରେ ଦେଖା ଯାଆନ୍ତି ତେବେ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.