Latest Odisha News

BREAKING NEWS

ଆଉ କିଛି ସମୟର ଅପେକ୍ଷା: ଦିଲ୍ଲୀ ଏମସିଡି ନିର୍ବାଚନରେ କିଏ ମାରିବ ବାଜି?

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା  ।  ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି ।

ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି ଚାଲିଛି । ଚଳିଚ ଥର ୭୩ ଲକ୍ଷ ୨୦ ହଜାର ୫୭୭ ଭୋଟ୍ ପଡିଥିଲା ।୪୨ଟି ସେଣ୍ଟରରେ ଭୋଟ୍ ଗଣତି କଡ଼ା ସୁରକ୍ଷା ମଧ୍ୟରେ ଜାରି ରହିଛି । ଏମସିଡି ନିର୍ବାଚନ ପାଇଁ ୧ହଜାର ୩ଶହ ୪୯ ଜଣ ପ୍ରାର୍ଥୀ ଥିଲେ । ୨୦୧୭ ନିର୍ବାଚନରେ ୨୭୦ଓ୍ୱାର୍ଡରୁ ବିଜେପି ୧୮୧ରେ ବିଜୟୀ ହୋଇଥିଲା ଓ ଆପକୁ ମିଳିଥିଲା ୪୯ଟି ସିଟ୍ ଓ କଂଗ୍ରେସକୁ ୩୧ ସିଟ୍ ମିଳିଥିଲା । ଚଳିତବର୍ଷ ଆପକୁ ଜିତାଇବା ପାଇଁ ଅରବିନ୍ଦ କେଜରିଓ୍ୱାଲ ନିବେଦନ କରିଥିଲେ ।

Leave A Reply

Your email address will not be published.