Latest Odisha News

ଅଚଳ ହୋଇଗଲା ଲିଫ୍ଚ, ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ଥାନେ: ମହାରାଷ୍ଟ୍ରର ଥାନେରେ ରବିବାର ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭୁଶୁଡ଼ି ପଡ଼ିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଛାତ ଉପରେ କାମ ଶେଷ କରି ୪୦ ମହଲାରୁ ଶ୍ରମିକମାନେ ଓହ୍ଲାଇବା ସମୟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି।

ଥାନେର ବିପର୍ଯ୍ୟୟ ପରିଚାଳନା ସେଲର ମୁଖ୍ୟ ୟାସିନ୍ ତଡଭି କହିଛନ୍ତି ଯେ, ନିର୍ମାଣଧୀନ ଲିଫ୍ଟର ଗୋଟିଏ ସପୋର୍ଟିଂ କେବୁଲ୍ ଅଚଳ ହୋଇଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ନିର୍ମାଣ ଲିଫ୍ଟ ଥିଲା, ନିୟମିତ ଲିଫ୍ଟ ନୁହେଁ ଯାହା ୪୦ ତମ ମହଲାରୁ ଖସି ଆସି ତିନି ମହଲାରେ ପଡିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏବେ ପ୍ରଶାସନ ପକ୍ଷରୁ ଲିଫ୍ଟ୍ ଭୁଶୁଡ଼ିବାର କାରଣ ଖୋଜା ଚାଲିଛି।

Comments are closed.