Latest Odisha News

ରାଜଧାନୀରେ ଭୟଙ୍କର ହେଉଛି ଡେଙ୍ଗୁ; ନେଇଗଲା ୭ ବର୍ଷର ଶିଶୁ କନ୍ୟାର ଜୀବନ

ଭୁବନେଶ୍ୱର: ରାଜଧାନରେ ଡେଙ୍ଗୁ ଭୟ ।  ଡେଙ୍ଗୁ ନେଇଗଲା ଜୀବନ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀରେ ଜଣେ ୭ ବର୍ଷ ଝିଅର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟାଟି ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ସାଇସ୍ମିତା ସାହୁ ଓରଫ୍ ପିହୁ  । ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ଝିଅଟିକୁ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ହେଲେ  ଚିକିତ୍ସାଧୀନ ଥିବା ବେଳେ  ତାହାର ମୃତ୍ୟୁ ଘଟିଥିଲା ।

କିଛି ଦିନ ତଳେ ପରୀକ୍ଷା ପରେ ପିହୁ ଡେଙ୍ଗୁ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲା । ତାକୁ ଶୁକ୍ରବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାର ଅବସ୍ଥା ଗୁରୁତର ଥିଲା । ଅନ୍ୟପକ୍ଷେ ପରିବାର ଲୋକେ କହିଛନ୍ତି ତାର ଫିଡ୍ସ ବାହାରିଥିଲା । ତା’ ପରେ ତାକୁ ଭେଣ୍ଟିଲେଟରରେ ରଖିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଝିଅଟି ପ୍ରଥମେ କାହାକୁ ଚିହ୍ନୁ ପାରୁ ନ ଥିଲା । ହେଲେ ଆଇସିୟୁରେ ରଖିବା ପରେ ତାର ଅବସ୍ଥାରେ ପରିବର୍ତନ ଆସିଥିଲା ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ବ୍ରେନ ଷ୍ଟ୍ରୋକ ଆସିଥିଲା ଏବଂ ସେ କୋମାକୁ ଚାଲି ଯାଇଥିଲା ।  ଏସବୁକୁ ଦେଖି ଡାକ୍ତରଙ୍କ ଅବହେଳା ଯୋଗୁ ପିହୁର ମୃତ୍ୟୁ ଘଟିଥିବା  ପରିବାର ଲୋକେ  ଅଭିଯୋଗ ଆଣିଛନ୍ତି ।

ଚଳିତ ଡେଙ୍ଗ ସିଜନରେ ଏହା ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ  । ରାଜଧାନୀରେ ଡେଙ୍ଗୁର ପ୍ରକୋପ ବଢୁଥିବା ନେଇ ଆରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା । ଏବେ ସହରରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୦୦ ଟପିଥିବା କୁହାଯାଛଛି ।

ରାଜଧାନୀରେ ଚଳିତ ବର୍ଷ ଏହା ଡେଙ୍ଗୁଜନିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ରାଜଧାନୀରେ ଡେଙ୍ଗୁ ଏବେ ଡେଇଁବାରେ ଲାଗିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ବିଶେଷ କରି ହଟସ୍ପଟ୍  ନୂଆପଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

 

Comments are closed.