Latest Odisha News

BREAKING NEWS

୭ ବର୍ଷୀୟା ରୋରୀ ଉଠାଉଛି ୮୦ କିଲୋର ଓଜନ !

ଓଟ୍ଟାୱା:କାନାଡାରେ ରହୁଥିବା ରୋରୀ ଭ୍ୟାନଙ୍କ ବୟସ ମାତ୍ର ୭ କିନ୍ତୁ ଏହି ବୟସରେ ସେ ୮୦ କିଲୋଗ୍ରାମର ଓଜନ ଉଠାଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି କୁନି ଝିଅଟି ଭାରୋତୋଳନରେ ୟୁଏସ ଅଣ୍ଡର ୧୧ ଓ ଅଣ୍ଡର ୧୩ରେ ୟୁଥ ନ୍ୟାଶନାଲ ଚାମ୍ପିୟନ ହୋଇସାରିଛି । ଏହି ଅବସରରେ ଏକ ସାକ୍ଷାତକାରରେ ସେ କହିଥିଲେ ୬ ବର୍ଷ ବୟସ ହେଲା ବେଳକୁ ମୁଁ ମୋ ଓଜନର ୩ଗୁଣ ଅଧିକ ଭାର ଉଠାଇ ପାରୁଥିଲି ।

ଖାଦ୍ୟ ଉପରେ କୌଣସି କଟକଣା ନ ରଖି ସର୍ବଦା ନିଜକୁ ଚଳଚଂଚଳ ରଖୁଛି ବୋଲି ରୋରୀ କହିଛନ୍ତି । ସେ ସପ୍ତାହକୁ ୪ ଘଂଟା ଭାରୋତୋଳନ, ୯ ଘଂଟା ଜିମ୍ନାଷ୍ଟ ଅଭ୍ୟାସ କରୁଛନ୍ତି । ଭାରତର ୱେଟଲିଫ୍ଟର ମୀନା କୁମାରୀଙ୍କୁ ସେ ତାଙ୍କ ଆଦର୍ଶ ବୋଲି କହିଛନ୍ତି । ୮ ବର୍ଷରୁ ପାୱାରଲିଫ୍ଟିଂ ଅଭ୍ୟାସ କରିବି ବୋଲି ରୀରୋ କହିଛନ୍ତି ।

Leave A Reply

Your email address will not be published.