Latest Odisha News

BREAKING NEWS

୭୦ ପ୍ରତିଶତ ମୁସଲମାନ, ୩୦ ପ୍ରତିଶତ ହିନ୍ଦୁ ମହିଳାଙ୍କ ରହିଛି ଭିଟାମିନ ଡି ର ଅଭାବ

ନୂଆଦିଲ୍ଲୀ: ଜୌନପୁରର ଉମାନାଥ ଚିକିତ୍ସା ମହାବିଦ୍ୟାଳୟର ଅର୍ଥୋପୋଡିକ୍ସ ବିଭାଗ ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ବରିଷ୍ଠ ସର୍ଜନ ଉମେଶ କୁମାରଙ୍କ ନେତୃତ୍ୱରେ ୧୦୦ ହିନ୍ଦୁ ଓ ୧୦୦ ମୁସଲମାନ ମହିଳାଙ୍କ ନିକଟରେ ଏହି ପରୀକ୍ଷଣ କରାଯାଇଥିଲା । ଏଥିରେ ୭୦ ପ୍ରତିଶତ ମୁସଲମାନ ଓ ୩୦ ପ୍ରତିଶତ ହିନ୍ଦୁଙ୍କ ନିକଟରେ ଭିଟାମିନ ଡିର ଅଭାବ ଥିବା ଜଣାପଡିଛି । ଏହି ଅଭାବ ଯୋଗୁ ହାଡ ଦୁର୍ବଳ ହୋଇଥାଏ । ମହିଳାମାନଙ୍କ ଅଜାଣତରେ ତାଙ୍କ ଶରୀର ମଧ୍ୟରେ ହାଡ ଭାଙ୍ଗି ଯାଇଥାଏ । ୧୦ରୁ ୨୦ ବର୍ଷ ବୟସର ୬୦ ପ୍ରତିଶତ ବାଳିକା ଅଷ୍ଟିୟୋମଲେଶିୟା ରୋଗରେ ପୀଡିତ ଥିବା ଏହି ଗବେଷଣାରେ ଉଲ୍ଲେଖ କରାଯାଇଛି ।

ମୁସଲମାନ ମହିଳା ଅଧିକାଂଶ ସମୟ ମୁହଁ ଏବଂ ଶରୀର ଘୋଡେଇ କରି ରଖୁଥିବାରୁ ଆବଶ୍ୟକ ମୁତାବକ ସୂର୍ଯ୍ୟକିରଣ ପାଇ ପାରୁ ନାହାନ୍ତି । ଅପରପକ୍ଷରେ ହିନ୍ଦୁ ମହିଳା ଅପେକ୍ଷାକୃତ ଅଧିକ ସୂର୍ଯ୍ୟକିରଣ ପାଉଥିବାରୁ ଏହି ସମସ୍ୟା କମ ରହୁଛି । ଯାହାକି ଭିଟାମିନ ଡି ଅଭାବର ଏକ ପ୍ରମୂଖ କାରଣ ଭାବେ ପରିଗଣିତ ହୋଇଥାଏ । ହିନ୍ଦୁ ମହିଳାଙ୍କ ନିକଟରେ ଅବଶ୍ୟ ଏହି ସମସ୍ୟା କମ ଦେଖିବାକୁ ମିଳିଛି ।

Comments are closed.