Latest Odisha News

BREAKING NEWS

ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସମ୍ବଲପୁର: ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଅସୁସ୍ଥ। ସମ୍ବଲପୁର ଗୋଶାଲାସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ଛାତ୍ରଛାତ୍ରୀ ରାତ୍ରୀ ଭୋଜନ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ପେଟ ବ୍ୟଥା ସହ କିଛି ଛାତ୍ରଛାତ୍ରୀଙ୍କର ଝାଡା ହୋଇଥିଲା ତ କିଛି ଜଣଙ୍କର ବାନ୍ତି ମଧ୍ୟ ହୋଇଥିଲା।

ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଘଟଣା ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଜାଣିବା ପରେ ସମ୍ବଲପୁର ସଦର ମେଡ଼ିକାଲ ସିଡିଏମଓଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍କୁଲରେ ମେଡିକାଲ ଟିମ ଆସି ଚିକିତ୍ସା ଆରମ୍ଭ କରିଥିଲା। ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ସ୍କୁଲ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Comments are closed.