ନୂଆଦିଲ୍ଲୀ: ଦିନ ଥିଲା ପ୍ରେମ ପତ୍ର ଜରିଆରେ ଉଭୟ ପ୍ରେମିକ ଓ ପ୍ରେମିକା ନିଜ ହୃଦୟର କଥା ଲେଖୁଥିଲେ । ଆଉ ସେମାନଙ୍କ ପ୍ରେମ ମଧ୍ୟ ସେତିକି ଦୃଢ଼ ରହୁଥିଲା । ନିକଟରେ ଆମେରିକାରେ ୭୦ ବର୍ଷ ପୁରୁଣା ପ୍ରେମ ଚିଠି ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି। ମିଚିଗାନ୍ ବାସିନ୍ଦା ରିକ୍ ଟ୍ରୋଜାନୋସ୍କି ନାମକ ଜଣେ ବ୍ୟକ୍ତି ଏକ ପୁରୁଣା ବାକ୍ସରେ ଥିବା ୭୦ ବର୍ଷ ପୁରୁଣା ପ୍ରେମ ଚିଠି ପାଇଛନ୍ତି । ଯାହାକୁ ଦେଖି ସେ ଭାବୁକ ହୋଇପଡ଼ିଛନ୍ତି । ଏହି ପ୍ରେମ ଚିଠି ସେ ଏକ ଫାର୍ମ ନିଲାମ ସମୟରେ ପାଇଥିଲେ ।
ଏହି ପ୍ରେମ ପତ୍ର ଆଜିକୁ ୭୦ ବର୍ଷ ତଳେ ସେନ୍ ଫ୍ରାନସିକୋରୁ ଲେଖାଯାଇଥିବା ଜଣାପଡ଼ିଛି । ଏହି ପ୍ରେମ ଚିଠି ଲେଖିଥିବା ବ୍ୟକ୍ତିଙ୍କ ନାମ ହେଉଛି ଇରାବିନ୍ ଫ୍ଲେମିଙ୍ଗ । ସେ ସେନାରେ କାମ କରୁଥିବା କୁହାଯାଉଛି । ଏହି ପ୍ରେମ ଚିଠି ମେରି ଲି କ୍ରିବ୍ସ ନାମକ ଜଣେ ମହିଳାଙ୍କ ପାଇଁ ସେ ଲେଖିଥିଲେ । ଚିଠିରେ ଇରାବିନ୍ ତାଙ୍କ ହୃଦୟର କଥା ମେରିଙ୍କୁ ଜଣାଇଛନ୍ତି । ସେ ସେନାବାହିନୀରୁ ଆସିବା ପରେ ମେରିଙ୍କୁ ବିବାହ କରିବା ପାଇଁ ଚିଠିରେ ଲେଖିଛନ୍ତି ।
ରିକ୍ ଟ୍ରୋଜାନୋସ୍କି ଏହି ଚିଠିକୁ ସେମାନଙ୍କ ପାଖକୁ ପଠାଇବାକୁ ଚାହୁଁଛନ୍ତି । ହେଲେ ଠିକଣା ପାଇ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।
ରିକ୍ ଟ୍ରୋଜାନୋସ୍କି କହିଛନ୍ତି, ‘‘ଏହା ଏକ ପ୍ରକୃତ ପ୍ରେମ କାହାଣୀ । ଆଜିର ସମୟରେ ଏମିତି ପ୍ରେମ ଦେଖିବା ବିରଳ । ଏହି ପ୍ରେମ ଚିଠି କବିତାରେ ଲେଖାଯାଇଛି । । ଏହି ଚିଠି ପଢ଼ି ସେମାନଙ୍କ ପ୍ରେମ କାହାଣୀ ବଷୟରେ ଜାଣିବାକୁ ଆଗ୍ରହ ସୃଷ୍ଟି ହେଉଛି । ସେମାନଙ୍କ ପ୍ରେମ କାହାଣୀ ସଫଳ ହୋଇଛି କି ନାହିଁ ସେହି ପ୍ରଶ୍ନର ଉତ୍ତର ବି ନାହିଁ । ଇରାବିନ୍ ଫ୍ଲେମିଙ୍ଗଙ୍କ ନିକଟକୁ ଏହି ଚିଠି ପହଞ୍ଚାଇବା ପାଇଁ ମୁଁ ଚେଷ୍ଟା କରୁଛି । ଯଦି ସେ ଏହି ଦୁନିଆରେ ନଥିଲେ ବି ତାଙ୍କ ନିକଟ ସପଂକୀୟଙ୍କ ପାଖକୁ ପହଞ୍ଚାଇବା ପାଇଁ ଉଦ୍ୟମ କରିବି ।’’
Comments are closed.