Latest Odisha News

BREAKING NEWS

୭୦୦୦ ବର୍ଷ ତଳେ ଥିଲେ କି ଏଲିୟନ

କୁଏଟ: କୁଏଟରୁ ଏଲିୟନ ସଦୃଶ ଏକ ପ୍ରାଚୀନ ମୂର୍ତି ମିଳିଛି । ଏହାର କଳାକୃତି ଦେଖି ଆର୍କିୟୋଲୋଜିଷ୍ଟମାନେ ମଧ୍ୟ ଚକିତ ହୋଇ ପଡିଛନ୍ତି । ସତରେ କଣ ସେ ସମୟରେ ଏଲିୟନ ଥିଲେ । ୭୦୦୦ ବର୍ଷ ତଳର ଏହି ମୂର୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ସମୟରେ ଏ ଭଳି କଳାକୃତି କାହିଁକି ପ୍ରସ୍ତୁତ କରାଯାଇଥିଲା । କିଛି ଦିନ ପୂର୍ବରୁ ମେସୋପୋଟାମିୟାରୁ ମଧ୍ୟ ଏ ଭଳି ମୂର୍ତି ମିଳିଥିଲା । ପ୍ରଥମ ଥର ପାଇଁ କୁଏଟ ଏବଂ ଏହାର ଆଖପାଖ ଅଂଚଳରେ ଏ ଭଳି ମୂର୍ତି ମିିଳିବା ପରେ ଭୂବୈଜ୍ଞାନିକମାନେ ଉତ୍ସାହିତ ହୋଇ ପଡିଛନ୍ତି ।

ମୂର୍ତିର ଆଖି ପତଳା ଓ ଲମ୍ବା । ନାକ ଚେପେଟା ଏବଂ ଖପୁରୀ ଲମ୍ବା ରହିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ଏଲିୟନ ପରି ହୃଦୟଙ୍ଗମ ହେଉଛି । ଏହି ମୂର୍ତି ଏକ ଛୋଟ ପିଲାକୁ ସ୍ତନ୍ୟପାନ କରାଉଥିବା ପରି ଜଣାପଡୁଛି । ୨୦୦୯ରୁ ଏହି ଅଂଚଳରରେ ଖନନ କାର୍ଯ୍ୟ ଜାରୀ ରହିଛି । ଏଲିୟନ ତଥା ପରଗ୍ରହୀ ଅଛନ୍ତି କି ନାହିଁ ତାର ରହସ୍ୟ ଏବେ ବି ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇ ନାହିଁ । ଅଧିକ ଗବେଷଣା କରାଯିବା ପରେ ଅନେକ ତଥ୍ୟ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.