Latest Odisha News

BREAKING NEWS

ଲୋକସଭାରେ ମହିଳା ପାଓ୍ବାର, ୨୦୧୯ ଠାରୁ କମିଛି ସଂଖ୍ୟା

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଏଥର ନିର୍ବାଚନ ସବୁଠୁ ରୋଚକ ଥିଲା । ବହୁ ଟାଣୁଆ ନେତା ମାଟି କାମୁଡି ପଡି ଥିବା ବେଳେ ଏଥର ନୂଆ ଚେହେରା ବାଜିମାତ୍ କରିଛନ୍ତି । ସେପଟେ ଦେଶ ତଥା ରାଜ୍ୟରେ ଚାଲିଛି ମୋଦୀ ଲହର । ଏଥର ଲୋକସଭାରେ ବିଜେପି ନେତୃତାଧିନ ଏନଡିଏ ବହୁମତ ଗ୍ରହଣ କରିଥିବା ବେଳେ ପୁଣି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ ।

ତେବେ ଏଥର ଲୋକସଭାରେ ମୋଟ ୭୩ ଜଣ ମହିଳା ପ୍ରାର୍ଥୀ ସାଂସଦ ଭାବେ ନବନିର୍ବାଚିତ ହୋଇଛନ୍ତି । ଗତ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ଯାହା ଲାଗୁ ହେବା ପରେ ଲୋକସଭାର ଏକ ତୃତୀୟାଂଶ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିବ । ତେବେ ଏପର୍ଯ୍ୟନ୍ତ ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ହୋଇନାହିଁ ।

ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ୨୦୧୯ ଅପେକ୍ଷା ଏଥର ସଂସଦକୁ ନିର୍ବାଚିତ ହୋଇଥିବା ମହିଳାଙ୍କ ସଂଖ୍ୟା ୫ କମିଛି । ୨୦୧୯ରେ ୭୮ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ଅର୍ଥାତ ୨୦୨୪ ନିର୍ବାଚନରେ ୭୩ ଜଣ ମହିଳା ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ମୋଟ ୭୯୭ ଜଣ ମହିଳା ପ୍ରାର୍ଥୀ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏଥିରେ ବିଜେପି ସର୍ବାଧିକ ଅର୍ଥାତ୍ ୬୯ ପ୍ରାର୍ଥୀ ଓ ଏହାପରେ କଂଗ୍ରେସର ୪୧ ଜଣ ପ୍ରାର୍ଥୀ ରହିଥିଲେ ।

ନିର୍ବାଚନ ଆୟୋଗଙ୍କ ତଥ୍ୟନୁସାରେ, ବିଜେପିର ୩୦ ଜଣ ଅର୍ଥାତ୍ ୪୩.୪ ପ୍ରତିଶତ ମହିଳା ଏଥର ସଂସଦକୁ ଜିତିଛନ୍ତି । ସେହିପରି କଂଗ୍ରେସର ୧୩ ଜଣ ଅର୍ଥାତ୍ ୩୪ ପ୍ରତିଶତ ମହିଳା ନିର୍ବାଚିତ ହୋଇଛନ୍ତି ।  ଏହା ସହିତ ତୃଣମୂଳ କଂଗ୍ରେସର ୧୧ ଜଣ ମହିଳା ସାଂସଦ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେପଟେ ଅନ୍ୟାନ୍ୟ ଦଳ ଯେପରି ଲୋକ ଜନଶକ୍ତି ପାର୍ଟି ଓ ନେସ୍ନାଲିଷ୍ଟ କଂଗ୍ରେସ ପାର୍ଟି ୪୦ ପ୍ରତିଶତ ମହିଳାଙ୍କୁ ସଂସଦରେ ଉପସ୍ଥାପନା କରିଛନ୍ତି । ସେହିପରି ଓଡିଶାର ବିଜୁ ଜନତା ଦଳ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଉଭୟ ୩୩ ପ୍ରତିଶତ ଥିବା ବେଳେ ରାଷ୍ଟ୍ରିୟ ଜନତା ଦଳ ୨୯ ପ୍ରତିଶତ ଏବଂ ସମାଜବାଦୀ ପାର୍ଟି ୨୦ ପ୍ରତିଶତ ମହିଳା ସଂସଦକୁ ନିର୍ବାଚିତ ହୁଅନ୍ତି ।

ଏଥର ଲୋକସଭା ନିର୍ବାଚନରେ ​​ବିଜେପିର ହେମା ମାଳିନୀ, ଟିଏମସିର ମହୁଆ ମିତ୍ର, ଏନସିପିର ସୁପ୍ରିୟା ସୁଲେ ଏବଂ ଏସପି ଦଳର ଡିମ୍ପଲ ଯାଦବ ନିଜ ଆସନ ବଜାୟ ରଖିଛନ୍ତି । ସେପଟେ ବିଜେପିର କଙ୍ଗନା ରାନାୱତ ଏବଂ ମିଶା ଭାରତୀ ମଧ୍ୟ ଏଥର ବିଜୟ ଲାଭ କରିଛନ୍ତି । ବିଜୟ ପାଇଁ ସର୍ବ କନିଷ୍ଠ ପ୍ରାର୍ଥୀଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ୨୫ ବର୍ଷୀୟ ପ୍ରାର୍ଥୀ ପ୍ରିୟା ସରୋଜ ଏବଂ କଂଗ୍ରେସର ସଂଞ୍ଜନା ଯାତଭ ମଧ୍ୟ ରହିଛନ୍ତି ।

ସୂଚନାଯାଗ୍ୟ, ପୂର୍ବରୁ ଏହାର ହାର ବହୁତ କମ ରହିଥିଲା । ୨୦୧୪ ନିର୍ବାଚନରେ ମୋଟ ୬୨ ଜଣ ଅର୍ଥାତ୍ ୧୧.୪ ପ୍ରତିଶତ ମହିଳା ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୯ରେ ୫୮ ଜଣ ଅର୍ଥାତ୍ ୧୦. ୭ ପ୍ରତିଶତ, ୨୦୦୪ରେ ୪୫ ଜଣ ଅର୍ଥାତ୍ ୮.୩ ପ୍ରତିଶତ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.