Latest Odisha News

ପୂରଣ ହେବ ୭୪୮୩ ନର୍ସିଂ ଅଫିସର ପଦବୀ, ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ

କଟକ: ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ନିଯୁକ୍ତି ପାଇବେ ୭୪୮୩ ନର୍ସିଂ ଅଫିସର। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ।

କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦ ସଂରକ୍ଷିତ ରଖାଯିବ। ଅନ୍ୟ ପଦ ଗୁଡିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ୩୦ ଜିଲ୍ଲା ଓ ୩ଟି ମେଡିକାଲ କଲେଜରେ ନିଯୁକ୍ତି ହେବେ। ଅନ୍ୟ ପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି।

ନିଯୁକ୍ତିରେ ଅଗ୍ରାଧିକାର ନେଇ ଫାର୍ମାସିଷ୍ଟ ହାଇକୋର୍ଟ ଯାଇଥିଲେ। କରୋନା ଯୋଦ୍ଧା ହିସାବରେ ଅଗ୍ରାଧିକାର ଦାବି କରିଥିଲେ। ମେ’ ୧ରେ ହାଇକୋର୍ଟ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ। ପରେ ନର୍ସିଂ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଯୋଗୁଁ ନିଯୁକ୍ତି ଅଟକିଥିଲା।

Comments are closed.