Latest Odisha News

BREAKING NEWS

IFFIରେ ୭୫ ଜଣ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜନ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୨ତମ ସଂସ୍କରଣ । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫ ଜଣ ସୃଜନଶୀଳ ପ୍ରତିଭାଙ୍କୁ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘୭୫ କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମୋରୋ’ ପ୍ରତିଯୋଗିତା ଆୟୋଜନ କରାଯିବ ।

ଆଇଏଫଏଫଆଇ ଏସିଆ ମହାଦେଶର ସବୁଠୁ ପୁରୁଣା ଓ ସର୍ବବୃହତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏହି ପ୍ରତିଯୋଗିତା ଜରିଆରେ ୭୫ ଜଣ ଯୁବ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର କଳା ଓ ସୃଜନଶୀଳତା ପ୍ରଦର୍ଶନ ପାଇଁ ଆବଶ୍ୟକ ସୁଯୋଗ ପାଇବେ । ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର/ଅଡିଓ ମାଧ୍ୟମରେ ଯୁବ ପ୍ରତିଭାମାନେ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିବେ ।

ଚଳଚ୍ଚିତ୍ର ନିର୍ଦ୍ଦେଶନା, ଏଡିଟିଂ, ସିନେମାଟୋଗ୍ରାଫି, ସାଉଣ୍ଡ ରେକର୍ଡିଂ, ଅଭିନୟ, ପ୍ରଚ୍ଛଦ ପଟ୍ଟ ଗାୟନ, ପ୍ରଡକ୍ସନ ଡିଜାଇନ୍ କିମ୍ବା ଚିତ୍ରନାଟ୍ୟ ରଚନା କ୍ଷେତ୍ରରେ ସେମାନଙ୍କୁ ନିଜର ପ୍ରତିଭା କୌଶଳ ପ୍ରଦର୍ଶନ କରିବା ଲାଗି ସୁଯୋଗ ଦିଆଯିବ । ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେମାନଙ୍କର ଆବେଦନପତ୍ର ପଠାଇ ପାରିବେ । ଏଥିରେ ଭାଗ ନେବା ଲାଗି ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଛି ।

Comments are closed.