Latest Odisha News

BREAKING NEWS

ପ୍ଲାଷ୍ଟିକ ମୁକ୍ତ ହେବ ୭୫ କିମି ବେଳାଭୂମି

ବ୍ରହ୍ମପୁର: ଗଞ୍ଜାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଦି ଇକୋ ୱାରିୟର” ତରଫରୁ ରବିବାର ଗୋପାଳପୁର ବେଳାଭୂମି ସଫେଇ କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନ ବିଭାଗ ରେଞ୍ଜର ରଜତ କୁମାର ମିଶ୍ର, ଅନ୍ତର୍ଜାତୀୟ ଦୁଃସାହସିକ
ନୌଚାଳନା କ୍ରୀଡ଼ାବିତ ମନସ୍ୱନୀ ମହାରଣା, ଜାତୀୟ ସ୍ତରର ମୁଷ୍ଟିମେୟ ଯୋଧ୍ୟା ସୁଜାତା ବିଶୋଇ , ବିଶିଷ୍ଟ ହାସ୍ୟା ଅଭିନେତା ତଥା ସଙ୍ଗୀତଜ୍ଞ ପ୍ରୀତିରଞ୍ଜନ ପ୍ରଧାନ, କୋଭିଡ଼ି ଯୋଧ୍ୟା ସରସ୍ୱତୀ ମହାଙ୍କୁଡ଼ ଓ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ଗିରୀଶ କୁମାର ଆଚାର୍ଯ୍ୟ ଓ ସ୍ନେକ ହେଲପଲାଇନର ସଦସ୍ୟ ସ୍ୱାଧୀନ କମାର ସାହୁ ଯୋଗଦେଇ ଉତ୍ସହିତ କରିଥିଲେ।

ସଂଗଠନର ସଂଯୋଜକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ କହିବାନୁସାରେ, ପ୍ରୟାଗି ସ୍ଥିତ ଅଳେଶ୍ୱର ବେଳାଭୂମି ଠାରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ଯାପ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ହାତକୁ ନିଆଯାଇଛି। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରତି ରବିବାର ସଦସ୍ୟମାନେ ବିଭିନ୍ନ ବେଳାଭୂମୀ ସଫେଇ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ପରିପ୍ରେକ୍ଷୀରେ ଅଳେଶ୍ୱର ବେଳାଭୂମୀ ପରେ ପର୍ଯ୍ୟାୟକ୍ରମେ ବଟେଶ୍ୱର, ଗୋଖରକୁଦା, ନୁଆଗାଁ, ଆର୍ଯ୍ୟପଲ୍ଲୀ, ହରିପୁର, ଧବଳେଶ୍ୱର, ମାର୍କଣ୍ଡି , ନାରାୟଣପାଟଣା ବେଳାଭୂମୀକୁ ସଫେଇ କରାଯାଇଛି। ଗୋପାଳପୁର ମହୋତ୍ସବ ପୂର୍ବରୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ ବାହାର ମୁକ୍ତ ସହ ବେଳାଭୂମି ସଫେଇ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ସ୍ନେକ ହେଲପଲାଇନର ସଦସ୍ୟ ସ୍ୱାଧୀନ କୁମାର ସାହୁ କୁହନ୍ତି, ଗୋପାଳପୁର ବେଳାଭୂମିରେ ସଫେଇ ସମୟରେ ୨୫୦ କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଛି। ଏହା ଚିନ୍ତାଜନକ ବିଷୟ। ଲୋକମାନେ ପରିବାର ସହିତ ବେଳାଭୂମି ଆସୁଛନ୍ତି। ବୁଲାବୁଲି କରୁଛନ୍ତି। କିନ୍ତୁ ଆବର୍ଜନା ପକାଇ ଦେଉଛନ୍ତି। ଏଦିଗରେ ସଚେତନତା କାର୍ଯ୍ୟକ୍ରମ ଅଧିକରୁ ଅଧିକ ଆୟୋଜନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବ୍ରହ୍ମପୁର ରେଞ୍ଜର ରଜତ କୁମାର ମିଶ୍ରଙ୍କ କହିବାନୁଯାୟୀ, ବର୍ତ୍ତମାନ ପର୍ଯ୍ୟଟନ ରୁତୁ ଚାଲିଛି। ଏହି ସମୟରେ ଜିଲାର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ସଫେଇ ପାଇଁ ପଦକ୍ଷେପ ନିଶ୍ଚିତ ଭାବେ ସ୍ଵାଗତଯୋଗ୍ୟ। ତେବେ କେବଳ ଗୋଟିଏ ଦୁଇଟି ସଂଗଠନ ଚାହିଁଲେ ନୁହଁ, ବରଂ ସାଧାରଣ ଲୋକମାନେ ଚାହିଁଲେ ହିଁ ଏଭଳି ଅଭିଯାନ ସଫଳ ହେବ। ଏହା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ସେ କହିଥିଲେ। ବେଳାଭୂମୀ ସଫେଇର କାର୍ଯ୍ୟକ୍ରମରେ ସଦସ୍ୟ ପ୍ରଭାତ ବିଶ୍ବାଳ, ଗୁରୁନାଥ ରେଡ୍ଡୀ, ଅଖିଳ ତରାଇ, ସିମାଞ୍ଚଳ ଦାସ, ପ୍ରଣବ ପ୍ରଧାନ, ସନ୍ତୋଷ ତରାଇ, ପ୍ରକାଶ ରେଡ୍ଡୀ, ଟୁକୁନା ରେଡ୍ଡୀ, ତ୍ରିଶକ୍ତି ରେଡ୍ଡୀ, ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ, ଦିପୁ ଦଳାଇ, ପ୍ରଭାତ ସାହୁ, ମୁନା ରେଡ୍ଡୀ, ତ୍ରିପତି ସାହୁ, କିରତ ରେଡ୍ଡୀ, କରୁଣାକର ରେଡ୍ଡୀ, ରାକେଶ ବାରିକ, ଗୁଲାବ ସିଂହ, ପ୍ରଶାନ୍ତ ସାହୁ, ଅଭିରାମ ରେଡ୍ଡୀ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.