Latest Odisha News

BREAKING NEWS

ଫିଫା ବିଶ୍ୱକପ ଫାଇନାଲରେ ହାରିବା ପରେ ଫ୍ରାନ୍ସରେ ହିଂସା ଘଟାଇଲେ ପ୍ରଶଂସକ

ଫ୍ରାନ୍ସ : ଫିଫା ବିଶ୍ୱକପରେ ହାରିବା ପରେ ଫ୍ରାନ୍ସର ଅନେକ ସହରରେ ହିଂସା । ପ୍ରଶଂସକ ଉତ୍ତେଜିତ ହୋଇ ହିଂସା ଘଟାଇଛନ୍ତି । ଜାହିର କରିଛନ୍ତି ଅସନ୍ତୋଷ। ଗାଡି ଭାଙ୍ଗି ନିଆଁ ଲଗେଇ ଦେଇଛନ୍ତି । ପରିସ୍ଥିତି ଜଟିଳ ହେବାରୁ ନିୟନ୍ତ୍ରଣ ପାଇଁ ପୋଲିସ ଟିଅର୍ ଗ୍ୟାସ୍ ପ୍ରଯୋଗ କରିଥିଲା । ପ୍ୟାରିସ,ନାଇସ୍ ଓ ଲିଓନରେ ସ୍ଥିତି ଗମ୍ଭୀର ରହିଛି ।

ଫ୍ରାନ୍ସ ର ପ୍ୟାରିସ ସମେତ ଅନେକ ସହରରେ ଦଙ୍ଗା ଦେଖାଦେଇଛି । ଅନେକ ସହରରେ ପୋଲିସକୁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି। ଫିଫା ବିଶ୍ୱକପ ୨୦୨୨ ରେ ଅର୍ଜେଣ୍ଟିନା ଫ୍ରାନ୍ସ କୁ ହରାଇ ବିଶ୍ଵ ବିଜେତା ହୋଇଛି । ପେନାଲ୍ଟି ସୁଟ ଆଉଟ୍ ରେ ୪-୨ ଗୋଲରେ ଫ୍ରାନ୍ସ କୁ ପରାସ୍ତ କରିଛି ଆର୍ଜେଣ୍ଟିନା ।

Leave A Reply

Your email address will not be published.