Latest Odisha News

ଭୁବନେଶ୍ୱରରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଗତ ୨୪ ଘଂଟାରେ ରାଜଧାନୀରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର ଓ ଅନ୍ୟ ୬୧ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ସେହିପରି ୧୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ପଟିଆରୁ ୬ ଜଣ, ୟୁନିଟ-୬, ଝାରପଡ଼ା, ଆଇଆରସି ଭିଲେଜରୁ ୪ ଜଣ ଲେଖାଏଁ ନୟାପଲ୍ଲୀ, ଟଙ୍କପାଣିରୋଡ, ବମିଖାଲ, ୟୁନିଟ-୮ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୨୯ ହଜାର ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୮ ହଜାର ୨୮୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୯୮୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୨ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.