Latest Odisha News

ପ୍ରଥମ ଥର ପାଇଁ ଓଡିଶାର ୧୦ଟି ଦ୍ବୀପରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମ ଥର ଉପକୂଳରେ ଉଡିଲା ତ୍ରିରଙ୍ଗା । ସମୁଦ୍ର ତଟବର୍ତ୍ତୀ ୧୦ଟି ଦ୍ବୀପରେ ଉଡିଛି ଜାତୀୟ ପତାକା । ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ ଉଡ଼ିଛି ତ୍ରିରଙ୍ଗା । ସେହିପରି ଜଗତସିଂହପୁରର ବୋଇତରକୁଦ, ଜଟାଧାରୀ ତଣ୍ଡା, ବରକୁଦରେ ଉଡିଛି ତ୍ରିରଙ୍ଗା ।

ପୂର୍ବରୁ ଏନେଇ ସର୍ଭେ ହୋଇସାରିଥିବା ବେଳେ ଓଡ଼ିଶା ଉପକୁଳର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସ୍ଥାନ ନିରୁପଣ କରାଯାଇଥିଲା । ଏହି ସ୍ଥାନ ମାନଙ୍କରେ ନା ଜନବସତି ରହିଛି ନା କେହି ଲୋକ ବସବାସ କରୁଛନ୍ତି। ଏସବୁ ଦ୍ୱୀପରେ ଓଡ଼ିଶା କୋଷ୍ଟ ଗାର୍ଡ ଓ ଓଡ଼ିଶା ପୋଲିସର ମିଳିତ ଉଦ୍ୟମରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଥିଲା । ତେବେ ପ୍ରଥମ ଥର ପାଇଁ ଓଡ଼ିଶା ଉପକୂଳରେ ଉଡିଛି ତ୍ରୀରଙ୍ଗା । ସେପଟେ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।

ସେପଟେ ଚଳିତବର୍ଷ ପରେଡ୍‌ରେ ଆର୍ମି, ବିଏସ୍‌ଏଫ୍ ଓ ପୋଲିସ ସାମିଲ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍‌ରେ ସାମିଲ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି । ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍‌ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍‌ରେ ସିଆରପିଏଫ୍, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେଇଛନ୍ତି । ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହୋଇଛନ୍ତି । ପରେଡ୍‌ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ଲଗାଯାଇଛି ।

 

Comments are closed.