Latest Odisha News

ଦେଶ ପାଳୁଛି ୭୭ ତମ ସ୍ଵାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୦ମ ଥର ପାଇଁ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ପରେ ଦେଶର କୋଣ ଅନୁକୋଣରେ ପତାକା ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ରାଜଧାନୀ ଦିଲ୍ଲୀରେ ଏଥର ପରେଡ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।  ମିଳିତ ପରେଡରେ ସୌର୍ଯ୍ୟ ପ୍ରଦର୍ଶନ କରିବ ଭାରତୀୟ ସେନା। ଆକାଶରୁ ପୁଷ୍ପବୃଷ୍ଟି କରିବ ବାୟୁସେନାର ୨ଟି ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ମାର୍କ-ଥ୍ରୀ। ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲକିଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହାସହ ୧ହଜାର କ୍ୟାମେରା, ଆଂଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଛି । ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପି ଅତିଥିଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ, ସ୍ୱତନ୍ତ୍ର ସ୍ୱାଟ୍ କମାଣ୍ଡୋ ଓ ଶାର୍ପଶୁଟର ମୁତୟନ କରାଯାଇଛି ।

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨୮ଜଣଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ସେଥିମଧ୍ୟରୁ ୧୭ଜଣ ପାଇବେ ରାଷ୍ଟ୍ରପତି ପୁଲିସ ପଦକ । ସେହିପରି ଅଗ୍ନିଶମ ବିଭାଗରୁ ୩ ଓ ଜେଲରୁ ୫ଣଜ ଓ ୨ଜଣ ହୋମଗାର୍ଡଙ୍କୁ ରାଷ୍ଟ୍ରପତି ପଦ ପ୍ରଦାନ କରାଯିବ । ସ୍ବାଧୀନତା ଦିବସ ଉତ୍ସବରେ ଯୋଗ ଦେବାକୁ ୪ଶହ ସରପଞ୍ଚ, ୨୫୦ ଚାଷୀ ଏବଂ ନୂଆ ସଂସଦ ସେଣ୍ଟ୍ରାଲ ଭିଷ୍ଟାରେ କାମ କରିଥିବା ୫୦ ଶ୍ରମିକଙ୍କୁ ମିଳିଛି ନିମନ୍ତ୍ରଣ । ମୋଟ ୧୮ଶହ ସ୍ବତନ୍ତ୍ର ଅତିଥିଙ୍କୁ ଲାଲକିଲ୍ଲାରେ ପହଞ୍ଚି ସ୍ବାଧୀନତା ଉତ୍ସବ ଦେଖିବାକୁ କେନ୍ଦ୍ର ସରକାର ନିମନ୍ତ୍ରଣ କରିଛନ୍ତି । ଏମାନେ ସମସ୍ତେ ପାରମ୍ପରିକ ପୋଷାକରେ ଅତିଥି ସାଜିଛନ୍ତି। ସେହିପରି ସେଲଫି ନେବା ପାଇଁ ଦିଲ୍ଲୀରେ ୧୨ଟି ଲୋକେସନ କରାଯାଇଛି । ତେବେ ଓଡ଼ିଶାରୁ ୨୦ ଜଣ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି ।

Leave A Reply

Your email address will not be published.