ଝାରସୁଗୁଡା: ଉପ-ନିର୍ବାଚନରେ ଝାରସୁଗୁଡ଼ାବାସୀ ପ୍ରଚଣ୍ଡ ଗରମକୁ ସାମ୍ନା କରି ମତଦାନ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ନଅ ଜଣ ପ୍ରାର୍ଥୀ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇଛି। ଏବଂ ଉପ-ନିର୍ବାଚନର ଫଳାଫଳ ମେ ୧୩ ରେ ଘୋଷଣା ହେବାକୁ ଯାଉଛି।
ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟ ୨୫୩ଟି ବୁଥରେ ୭୮.୭ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗକକାଲି ସନ୍ଧ୍ୟା ୬ଟାରେ ମତଦାନ ଅବଧି ଶେଷ ହେବାକୁ ଥିବାବେଳେ ପ୍ରବଳ ଭିଡ଼ ଯୋଗୁଁ ସହରର କେତେକ ବୁଥରେ ଏହି ପ୍ରକ୍ରିୟାକୁ ରାତି ୮ଟା ଯାଏ ଘୁଞ୍ଚାଇ ଦିଆଯାଇଥିଲା। ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ସେଥିପ୍ରତି ଅଧିକାରୀମାନେ ଧ୍ୟାନ ଦେଇଥିଲେ।
ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ ଇଭିଏମ ଓ ଭିଭିପାଟ୍ ମେସିନ୍କୁ ସିଲ୍ କରାଯାଇ ସୁରକ୍ଷିତ ଭାବେ ଇଞ୍ଜନିୟରିଂ ସ୍କୁଲରେ ଥିବା ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଛି। ଷ୍ଟ୍ରଙ୍ଗ ରୁମକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ଏବଂ ଗଣତି ପ୍ରକ୍ରିୟା ଆରମ୍ଭ ହେବା ଯାଏ ଏହାର ସୁରକ୍ଷା ପାଇଁ ପୂର୍ବତନ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କେତେକ ବୁଥରେ ସାମାନ୍ୟ ହିଂସାକାଣ୍ଡ ଘଟିଥିଲେ ମଧ୍ୟ ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।
Comments are closed.