Latest Odisha News

BREAKING NEWS

ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଳମ୍ବିତ ରାତିରେ ବରଗାଁ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଛି। ଏଥିସହ ୭.୭୦ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଜୁଆ ଆଡ୍ଡା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା। ଯାହା ପରେ ଏହି ଚଢାଉ କରାଯାଇଥିଲା। ଚଢ଼ାଉ ପରେ ଅଧିକାରୀ ମାନେ ୭,୭୦,୦୫୦ ନଗଦ ଟଙ୍କା ଜବତ କରିବା ସହ ଗୋଟିଏ ଗାଡ଼ି, ଜୁଆ ସମ୍ବନ୍ଧୀୟ ସାମଗ୍ରୀ ଓ ଦଶଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତି ଅଛନ୍ତି ଏ ବିଷୟରେ ଜାଣିବା ପାଇଁ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।

ତେବେ ଅବୈଧ ଜୁଆ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ପ୍ରତି ପୋଲିସର ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟର ଏହା ଏକ ଅଂଶ ଥିଲା। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

 

Comments are closed.