Latest Odisha News

BREAKING NEWS

ବୋମିଖାଲ ଦୁର୍ଗାମଣ୍ଡପରୁ ମହିଳାଙ୍କ ପର୍ସ ଚୋରି, ଆଠ ଲୁଟେରା ଗିରଫ

ଭୁବନେଶ୍ୱର: ବୋମିଖାଲ ଦୁର୍ଗାପୂଜା ମଣ୍ଡପରେ ମହିଳାଙ୍କ ପର୍ସ ଚୋରି କରୁଥିବା ଆଠ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ଦାସ, ମୁକେଶ ଦାସ, ରାହୁଲ କୁମାର, ଅମୀର ଦାସ, ଗୁରୁଦେବ କୁମାର, ଚନ୍ଦନ କୁମାର, ଧୀରଜ କୁମାର ଓ ରୋହିତ କୁମାର। ଏମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଲକ୍ଷ୍ନୀସାଗର ପୋଲିସ ଏହି ଗିରଫଦାରୀ ବାବଦରେ ସୂଚନା ପ୍ରଦାନ କରିଛି।

ଏହି ଘଟଣା ଗତକାଲି ଘଟିଥିଲା। ଭୁବନେଶ୍ୱର ନୟାପଲ୍ଲୀ ନିବାସୀ ନିହାରିକା ରାମ ବୋମିଖାଲ ଦୁର୍ଗା ମଣ୍ଡପକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ପର୍ସ ଚୋରି ହୋଇଥିଲା। ପର୍ସରେ ୧ହଜାର ଟଙ୍କା, ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ ଥିଲା।

ପୁଲିସ ଘଟଣାର ତଦନ୍ତ କରି ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୧ ହଜାର ଟଙ୍କା, ୨ଟି ଛୋଟ ଖଣ୍ଡା, ୪ଟି ମୋବାଇଲ ଜବତ କରାଯାଇଛି।

ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଦଫା ୩୭୯/୩୪ରେ ଚୋରି ଓ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ରର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.