ଭୁବନେଶ୍ବର:ବିଜେପିରେ ସାମିଲ ହେଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର । ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି ।
ରବିବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେଇଥିଲେ।
ଏହି ମିଶ୍ରଣ ପର୍ବରେ ଜିଲାର ଭାଜପା ସଭାପତି ଶୁକଦେବ ମହାନ୍ତ, ପୌରାଧ୍ୟକ୍ଷା ନିକୁ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।