Latest Odisha News

BREAKING NEWS

ବଜ୍ରାଘାତରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ଚାଲିଗଲା ୮ ଜଣଙ୍କ ଜିବନ । ବାରିପଦାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ହରିଚନ୍ଦନପୁର, ତେଲକୋଇ, ଭଞ୍ଜନଗର, ରାଜକନିକା, କାମାକ୍ଷାନଗରରେ ମଧ୍ୟ ବଜ୍ରାଘାତ ହୋଇଥିବା ସୂଚନା ମିଳିଛି । ବଜ୍ରାଘାତରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ମୟୂରଭଞ୍ଜ ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଭଦ୍ରକ ଆଗରପଡ଼ା ଥାନା ସାହୁପଡ଼ାରେ ବଜ୍ରାଘାତରେ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତେଲକୋଇ ଗୁଡ଼ିକଂସରେ ବଜ୍ରାଘାତରେ ୨ଜଣ ମହିଳା ଓ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ସେପଟେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଓଡ଼ିଶ ଗ୍ରାମର ଜଣେ ବ୍ୟକ୍ତି ବିଲରେ ଚାଷ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧରୁଡ଼ିଆମ୍ବରେ ବଜ୍ରପାତରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ତେଲକୋଇ ବ୍ଲକ କାଳିଆହାତୀ ଗାଁରେ ୩ ଜଣ ଆହତ ହୋଇଛନ୍ତି।

ଚାନ୍ଦବାଲି ବିଜୟନଗର ଗୋବିନ୍ଦପୁର ଗାଁରେ ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର । କେନ୍ଦ୍ରାପଡ଼ା ରାଜକନିକା ଥାନା ଗୁଆଳି ଗାଁରେ ଯୁବକ ମୃତ । ସେପଟେ ଗଞ୍ଜାମ ଭଞ୍ଜନଗର ତାରାସିଂ ଥାନା ତୋଲଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।

Comments are closed.