Latest Odisha News

ଏମିତି ଏକ ମୋବାଇଲ: ଯାହାର ଉଚ୍ଚତା ୮ ଫୁଟ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା କାଁ ଭାଁଙ୍କ ଘରେ ଲ୍ୟାଣ୍ଡଲାଇନ୍ ଫୋନ ରହୁଥିଲା । ସମୟ ବଦଳିବା ସହ ଦୁନିଆକୁ ଆସିଲା ମୋବାଇଲ ଫୋନ । ଏହାର ଆକାର ଖୁବ୍ ଛୋଟ ହେବା ସହ ସୁନ୍ଦର ବି ଲାଗୁଥିଲା । କିଛି ଫୋଲ୍ଡିଂ ଫୋନ ମଧ୍ୟ ବଜାରକୁ ଆସିଲା । ପରେ ଧୀରେ ଧୀରେ ଏହି ଫୋନଗୁଡିକର ଆକାର ମଧ୍ୟ ବଢିିବାକୁ ଲାଗିଲା । ସ୍ମାର୍ଟ ଫୋନ୍ ଆକାରରେ ବଡ ହେବାକୁ ଲାଗିଲା । କିନ୍ତୁ ଏବେ ଏପରି ଏକ ଫୋନ୍ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯଦିଓ ଏହି ଫୋନ୍ ସାଧାରଣ ଫୋନ୍ ପରି କାମ କରେ, କିନ୍ତୁ ଏହାର ଆକାର ସାଧାରଣ ନୁହେଁ । ଏହାର ଉଚ୍ଚତା ଆଠ ଫୁଟ । ଆକାରରେ ଏତେ ବଡ ହେବା ପରେ ମଧ୍ୟ ଏହା ସାଧାରଣ ଫୋନ ପରି କାମ କରେ । ଆପଣ ଏହି ଫୋନରୁ କଥା ମଧ୍ୟ ହୋଇପାରିବେ ।

ମାଥ୍ୟୁ ବିମ୍ ନାମକ ଜଣେ ୟୁଟ୍ୟୁବର୍ ଓ ତାଙ୍କ ଟିମ୍ ଏହି ଫୋନକୁ ପ୍ରସ୍ତୁତ କରିଛନ୍ତି । ଯାହାର ଉଚ୍ଚତା ମଣିଷର ଉଚ୍ଚତାଠାରୁ ଅଧିକ । ଏହି ଫୋନର ଉଚ୍ଚତା ରହିଛି ଆଠ ଫୁଟ । ଆପଣ ଏବେ ନିଶ୍ଚିତ ଭାବୁଥିବେ ଯେ, ଏହା କେବଳ ଏକ ଶୋ ଅଫ୍ କଲ୍ ଥିଲା । ଏହା କାମ କରି ନ ପାରେ । କିନ୍ତୁ ଏହି ଫୋନ୍ ସାଧାରଣ ଫୋନ୍ ପରି କାମ କରେ । ଏହାର ଡିସ୍‌ପ୍ଲେ ଏବଂ ଟଚ୍ ମଧ୍ୟ ବହୁତ ଭଲ କାମ କରେ । ଏହି ଫୋନରେ ନିୟମିତ ଫୋନ ଭଳି ସବୁ ଆପ୍ଲିକେସନ ମଧ୍ୟ ରହିଛି । କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି, ଏହାକୁ ନେବାଆଣିବା କରିବା । ମାଥ୍ୟୁ ଏହି ଫୋନକୁ ଏକ କାର୍ଟ ମାଧ୍ୟମରେ ନେଇଥିଲେ ।

ଏହାର ଏକ ଭିଡିଓ ମାଥ୍ୟୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ମୋବାଇଲରେ ଟିଭିର ଟଚ୍ ସ୍କ୍ରିନ୍ ବ୍ୟବହାର କରାଯାଇଛି । ଏହା ସହିତ ସଙ୍ଗୀତ ପାଇଁ ଲକ୍ ବଟନ୍‌, ଭଲ୍ୟୁମ୍ ବଟନ୍ ଏବଂ ଅନ୍ୟ ବଟନ୍‌ର ସୁବିଧା ମଧ୍ୟ ରହିଛି । ସ୍କ୍ରିନ୍ ଚାରିପାଖରେ ଲେଜର ମଧ୍ୟ ଲଗାଯାଇଛି ।

Comments are closed.