Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୮ ଟି ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଶନିବାର ରାତି ୯ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ୮ ଗେଟ୍‌ ଖୋଲା ଯାଇଥିବା ସୂଚନା ମିଳିଛି।

ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫ ହଜାର ୯୪୮ ଘନଫୁଟ ଜଳ ପ୍ରବେଶ କରୁଛି ଓ ୧ଲକ୍ଷ ୩୫ ହଜାର ୯୪୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ପାଓ୍ବାର ଚେନାଲକୁ ୧୪ ହଜାର ୪୧୫ କ୍ୟୁସେକ, ସ୍ପିଲଓ୍ବେ ୧ ଲକ୍ଷ ୧୭ ହଜାର ୯୨୦ କ୍ୟୁସେକ, କେନାଲକୁ ୩୪୪୩ କ୍ୟୁସେକ, କାରଖାନାକୁ ୧୭୦ କ୍ୟୁସେକ ପାଣି ନିଷ୍କାସିତ ହେଉଛି।

Comments are closed.