Latest Odisha News

BREAKING NEWS

ବରଗଡ଼ରେ ମାଓବାଦୀ କ୍ୟାମ୍ପ ଠାବ; ସର୍ଚ୍ଚ ଅପରେସନ ଜାରି

ବରଗଡ଼: ବରଗଡ ଜିଲ୍ଲାର ପାଇକମଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଏକ ମାଓବାଦୀ ଶିବିର ନିର୍ମାଣ କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନାନୁସାରେ, ସଶସ୍ତ୍ର ସୁରକ୍ଷାବଳ କମ୍ବିଂ ଅପରେସନ୍ କରି ଜଙ୍ଗଲରେ ଥିବା ଏହୂ ନିଛାଟିଆ କ୍ୟାମ୍ପକୁ ଠାବ କରିଛନ୍ତି ।

ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଜଙ୍ଗଲ ଭିତର କ୍ୟାମ୍ପରୁ ନକ୍ସଲ ପୋଷାକ, କିଟ୍ ବ୍ୟାଗ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ।

ଏହାପରେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ସମୀକ୍ଷା କରିଛି ।

Leave A Reply

Your email address will not be published.