Latest Odisha News

BREAKING NEWS

କନ୍ଧମାଳ: ପୋଇଗୁଡା ଘାଟିରୁ ଓଲଟିଲା ମିନିଟ୍ରକ୍, ୮ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ପୋଇଗୁଡା ଘାଟି ଠାରେ ଏକ ମିନିଟ୍ରକ୍ ଘାଟିରୁ ତଳକୁ ଓଲଟି ପଡିବା ଫଳରେ ୮ଜଣଙ୍କର ମୃତ୍ୟୁ ଘଟିବା ସହ ୩୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ସୁଲାମା ଅଞ୍ଚଳର ୫୦-୬୦ ଜଣ ବ୍ୟକ୍ତି ବ୍ରାହ୍ମଣୀ ଗାଁର ଏକ ଚର୍ଚ୍ଚରେ କାର‌୍ୟ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ସମୟରେ ଗାଡିଟି କୌଣସି କାରଣବଶତଃ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମଳିଛି ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫ରୁ ଅଧିକ ବ୍ୟକ୍ତି ଗୁରୁତା ଆହତ ହୋଇଥିବା ନେଇ ଜଣାପଡିଛି । ଏଥିସହିତ ସମସ୍ତ ପିଡିତମାନେ କଳିଙ୍ଗି, ତର୍ଜଙ୍ଗି ଏବଂ ଗଦାପୁର ଗ୍ରାମର ବାସିନ୍ଦା ବୋଲି ସୁତ୍ରରୁ ପ୍ରକାଶ ।

ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ, ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ୨୫ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ଆହତଙ୍କୁ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.