Latest Odisha News

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଟିକୁ ବସ ଖସି ୮ମୃତ

ଚେନ୍ନାଇ: ତାମିଲନାଡୁର କୁନୁର ମାରାପଲମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଘାଟିରେ ଖସିପାଡିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କରାଯଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଓଟିରୁ ମେଟୁପାଲାୟାମକୁ ଯାଉଥିଲା |

ସୂଚନା ଅନୁଯାଇ, ଦୁଇ ଡ୍ରାଇଭରଙ୍କ ସମେତ ବସରେ ମୋଟ ୫୯ ଜଣ ଯାତ୍ରୀ ଥିଲେ। ହେୟାରପିନ ବୁଲାଣି ରାସ୍ତାରେ ଯାତ୍ରା କରୁଥିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ହଠାତ୍ ଘାଟିରୁ ତଳକୁ ଖସିପଡ଼ିଥିଲା । ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି ।

Comments are closed.