ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୪୬ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, ଗଞ୍ଜାମରୁ ୪, କୋରାପୁଟରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୧ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
– ଭୁବନେଶ୍ୱରରୁ ଜଣେ ୪୮ ବର୍ଷ ବୟସ୍କଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
– ଗଞ୍ଜାମରୁ ଜଣେ ୪୮ ବର୍ଷ, ୪୮ ବର୍ଷ, ୭୮ ବର୍ଷ ଏବଂ ୪୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
– ସୁନ୍ଦରଗଡରୁ ଜଣେ ୮୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
– ରାୟଗଡାରୁ ଜଣେ ୩୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
– କୋରାପୁଟରୁ ଜଣେ ୪୯ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
Comments are closed.