Latest Odisha News

BREAKING NEWS

ଶତାବ୍ଦୀ ଏକ୍ସପ୍ରେସର ଏସି କୋଚରେ ହୋଲି ଖେଳି ୮ ଗିରଫ

ନୂଆଦିଲ୍ଲୀ: ହୋଲି ଦିନ ନୂଆଦିଲ୍ଲୀରୁ କାନପୁର ଆସୁଥିବା ୧୨୦୩୪ ନମ୍ବର ଟ୍ରେନ୍ କାନପୁର ଶତାବ୍ଦୀ ଏକ୍ସପ୍ରେସର ଏସି ଚେୟାର କାର୍‌ରେ କିଛି ପ୍ୟାଣ୍ଟ୍ରି କର୍ମଚାରୀ ଏବଂ ସଫେଇ କର୍ମଚାରୀ ମିଶି ବହୁତ ହୋଲି ଖେଳିଥିଲେ।

ଗତ ଶନିବାର ବିଳମ୍ବିତ ରାତିରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ ଟ୍ରେନ୍ ଗାଜିଆବାଦ ଛାଡିବାପରେ କର୍ମଚାରୀମାନେ ହୋଲି ମନେଇବା ପାଇଁ ଅବୀର ଏବଂ ରଙ୍ଗ ଫିଙ୍ଗାଫିଙ୍ଗି ଆରମ୍ଭ କରି ଦେଇଥିଲେ। ପରିସ୍ଥିତି ଏପରି ହୋଇଯାଇଥିଲା ଯେ ଟ୍ରେନର ସିଟ୍ ଗୁଡିକ ରଙ୍ଗରେ ସମ୍ପୂର୍ଣ୍ଣ ଭାବେ ଓଦା ହୋଇ ଯାଇଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ରେଲୱେ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରେଳ ସମ୍ପତ୍ତିକୁ ଓ ସିଟକୁ କ୍ଷତି ପହଞ୍ଚାଇବା ଭଳି ଅଭିଯୋଗରେ ଆରପିଏଫ୍ ଆଠ ଜଣ ପ୍ୟାଣ୍ଟ୍ରି କାର ବିକ୍ରେତା ଏବଂ ସଫେଇ କର୍ମଚାରୀଙ୍କୁ ବିଭିନ୍ନ ଧାରା ଅନୁଯାୟୀ ଗିରଫ କରିଛି। ଏଥିସହ ଡେପୁଟି ସିଟିଏମ୍ ଆଶୁତୋଷ ସିଂହ ଏହି ମାମଲାରେ ଟିଏସ୍ ରୂପେଶଙ୍କ ସମେତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି।

ଅପରପକ୍ଷରେ ଭାଇରାଲ୍ ହୋଇଥିବା ଭିଡିଓକୁ ଆଧାର କରି ରେଳ ଅଧିକାରୀମାନେ ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି । ତେବେ ଭିଭିଆଇପି ଟ୍ରେନରେ ପ୍ରଥମ ଥର ପାଇଁ ଏହିପରି ଘଟଣା ଘଟିଛି। ହୋଲି ପୂର୍ବରୁ ରେଳବାଇ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇ ଥିଲା ଯେଉଁଥିରେ ହୋଲି ରେ କେହି ରଙ୍ଗ ଏବଂ ପାଣି ଫିଙ୍ଗିବେ ନାହିଁ। ଏହା ସତ୍ତ୍ୱେ ମଧ୍ୟ ସେହି କର୍ମଚାରୀମାନେ ରେଳ କର୍ମଚାରୀଙ୍କ ଉପସ୍ଥିତିରେ ରଙ୍ଗ ଖେଳିଥିଲେ।

Comments are closed.