Latest Odisha News

କୃମି ଔଷଧ ଖାଇ ଅସୁସ୍ଥ ହୋଇପଡ଼ିଲେ ୮ ଛାତ୍ରଛାତ୍ରୀ

ବାଲେଶ୍ବର: ଗୁରୁବାର ପ୍ରଥମ ଦିନରେ ଏକ ସ୍କୁଲର ୮ ଜଣ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ବସ୍ତା ଥାନା ଅନ୍ତର୍ଗତ ଗୁଡ଼ିଖଳାସ୍ଥିତ ବନବିହାରୀ ଲାଲ ସ୍କୁଲର ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ ଗୁରୁବାର କୃମି ନିରୋଧୀ ଅଭିଯାନରେ ଆଲବେଣ୍ଡାଜୋଲ ବଟିକା ଖାଇବାକୁ ଦିଆଯାଇଥିଲା। ତେବେ ବଟିକା ଖାଇବାର କିଛି ସମୟ ପରେ କିଛି ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ପେଟରେ ଯନ୍ତ୍ରଣା ହୋଇଥିଲା। କିଛି ଛାତ୍ରୀ ବାନ୍ତି କରିବା ଆରମ୍ଭ କରିଥିଲେ।

୬ ଜଣ ଛାତ୍ରୀଙ୍କ ସମେତ ୮ ଜଣ ଅଚେତ ହୋଇଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗେ ଅଚେତ ଛାତ୍ରଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଡାକ୍ତରମାନେ ସାଲାଇନ୍ ଓ ଔଷଧ ଖାଇବାକୁ ଦେଇଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ମଙ୍ଗଳବାର କହିଥିଲେ ଯେ ତାଙ୍କ ବିଭାଗ ୟୁନିସେଫ୍ ସହଯୋଗରେ ଅଗଷ୍ଟ ୧୦ରେ ଏହି ଅଭିଯାନ ଆୟୋଜନ କରିବ।

ଅଗଷ୍ଟ ୧୦ରେ ଯେଉଁମାନେ ଏହି ଡୋଜ ମିସ କରିବେ ସେମାନଙ୍କ ପାଇଁ ଅଗଷ୍ଟ ୧୭ରେ ଡିବର୍ମିଂ ମପ୍ ଅପ୍ ରାଉଣ୍ଡ୍ (ଏମ୍ୟୁଡି) ଅନୁଷ୍ଠିତ ହେବ। ରାଜ୍ୟର ପ୍ରାୟ ୧ କୋଟି ହିତାଧିକାରୀଙ୍କ ନିକଟରେ ଏହି ଅଭିଯାନ ପହଞ୍ଚାଇବା ପାଇଁ ଅଙ୍ଗନବାଡି ଓ ସ୍କୁଲରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

Comments are closed.