Latest Odisha News

୭ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାର ୮ଟି ସହରାଞ୍ଚଳରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର, ମୟୂରଭଞ୍ଜ, ମାଲକାନଗରି, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଓ କଟକ ଜିଲ୍ଲାର ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ ।

ଯାଜପୁର ଜିଲ୍ଲାର ଯାଜପୁର ସହର ସହ ବ୍ୟାସନଗରରେ ଖୋଲିବ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ମାଲକାନଗିରି ସହରରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ବାଲେଶ୍ୱର ଜିଲ୍ଲାର ସୋର, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ଅନୁଗୁଳ ଜିଲ୍ଲାର ତାଳଚେର, କଟକ ସହରରେ ଝୋଳସାହି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠ ହେବ । ବଢ଼ୁଥିବା ଜନସଂଖ୍ୟା ଏବଂ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନିଷ୍ପତ୍ତି ନିଆ ଯାଇଛି ।

Leave A Reply

Your email address will not be published.